www.samajalive.in
Monday, December 15, 2025
16.1 C
Bhubaneswar

ଓଡିଶାକୁ ଗୌରବ: ପାଓ୍ବାରଲିଫ୍ଟିଂରେ ସ୍ୱର୍ଣ୍ଣ ଜିତିଲେ ଓଡିଆ ପୁଅ ରୋହିତ୍

କୋରାପୁଟ: ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ  ଓଡିଆ ପୁଅ ରୋହିତ ପାତ୍ର । ରୋହିତ୍ ହେଉଛନ୍ତି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର । ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ୧୨୦ କିଲୋଗ୍ରାମ ସବ୍ ଜୁନିୟର ବର୍ଗରେ ଡେଡ ଲିଫ୍ଟ ରେ ସ୍ୱର୍ଣ୍ଣ ପଦକ ଏବଂ ବେଞ୍ଚ ପ୍ରେସରେ ରୌପ୍ୟ ପଦକ ହାସଲ କରିଛନ୍ତି । ଇଂଲଣ୍ଡର ୱିଲ ଆଣ୍ଡର୍ସ ଏବଂ ଉତ୍ତର ଆୟର୍ଲାଣ୍ଡର ଜ୍ୟାକ୍ ଗ୍ରାହାମଙ୍କ ଭଳି ଶୀର୍ଷ ଆଥଲେଟଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରି ରୋହିତ ଐହି ସଫଳତା ହାସଲ କରିଛନ୍ତି।  ରୋହିତଙ୍କର ଏହି ସଫଳତାକୁ ନେଇ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି ରୋହିତଙ୍କ ଏହି ସଫଳତା କେବଳ ବିଶ୍ୱବିଦ୍ୟାଳୟ ପାଇଁ ନୁହେଁ , ବରଂ ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବ। ତାଙ୍କର କର୍ତ୍ତବ୍ୟ ଏବଂ ନିଷ୍ଠା ତାଙ୍କୁ ବିଶ୍ୱରେ ଏକ ସ୍ବତନ୍ତ ପରିଚୟ ଦେଇପାରିଛି।  ସନ୍ ସିଟିରେ ଅନୁଷ୍ଠିତ ଏହି ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପ୍ ଗତ ଅକ୍ଟୋବର ୪ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପଟେ ରୋହିତ୍ ତାଙ୍କର ଏହି ସଫଳତା ପାଇଁ ତାଙ୍କ ପିତା ଏବଂ ଭାଇଙ୍କୁ ତାଙ୍କର ସବୁଠାରୁ ବଡ଼ ପ୍ରେରଣା ବୋଲି ଶ୍ରେୟ ଦେଇଛନ୍ତି । ଏବଂ ସେମାନଙ୍କ ନିରନ୍ତର ସମର୍ଥନକୁ ତାଙ୍କ ସଫଳତା ପଛରେ ପ୍ରେରକ ଶକ୍ତି ବୋଲି ଦର୍ଶାଇଛନ୍ତି। ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଅନୁଷ୍ଠିତ ଜାତୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ୩ଟି ସ୍ୱର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିଲେ ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories