www.samajalive.in
Saturday, December 6, 2025
26.1 C
Bhubaneswar

ଓଡିଶାକୁ ଗୌରବ: ପାଓ୍ବାରଲିଫ୍ଟିଂରେ ସ୍ୱର୍ଣ୍ଣ ଜିତିଲେ ଓଡିଆ ପୁଅ ରୋହିତ୍

କୋରାପୁଟ: ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ  ଓଡିଆ ପୁଅ ରୋହିତ ପାତ୍ର । ରୋହିତ୍ ହେଉଛନ୍ତି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର । ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ୧୨୦ କିଲୋଗ୍ରାମ ସବ୍ ଜୁନିୟର ବର୍ଗରେ ଡେଡ ଲିଫ୍ଟ ରେ ସ୍ୱର୍ଣ୍ଣ ପଦକ ଏବଂ ବେଞ୍ଚ ପ୍ରେସରେ ରୌପ୍ୟ ପଦକ ହାସଲ କରିଛନ୍ତି । ଇଂଲଣ୍ଡର ୱିଲ ଆଣ୍ଡର୍ସ ଏବଂ ଉତ୍ତର ଆୟର୍ଲାଣ୍ଡର ଜ୍ୟାକ୍ ଗ୍ରାହାମଙ୍କ ଭଳି ଶୀର୍ଷ ଆଥଲେଟଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରି ରୋହିତ ଐହି ସଫଳତା ହାସଲ କରିଛନ୍ତି।  ରୋହିତଙ୍କର ଏହି ସଫଳତାକୁ ନେଇ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି ରୋହିତଙ୍କ ଏହି ସଫଳତା କେବଳ ବିଶ୍ୱବିଦ୍ୟାଳୟ ପାଇଁ ନୁହେଁ , ବରଂ ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବ। ତାଙ୍କର କର୍ତ୍ତବ୍ୟ ଏବଂ ନିଷ୍ଠା ତାଙ୍କୁ ବିଶ୍ୱରେ ଏକ ସ୍ବତନ୍ତ ପରିଚୟ ଦେଇପାରିଛି।  ସନ୍ ସିଟିରେ ଅନୁଷ୍ଠିତ ଏହି ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପ୍ ଗତ ଅକ୍ଟୋବର ୪ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପଟେ ରୋହିତ୍ ତାଙ୍କର ଏହି ସଫଳତା ପାଇଁ ତାଙ୍କ ପିତା ଏବଂ ଭାଇଙ୍କୁ ତାଙ୍କର ସବୁଠାରୁ ବଡ଼ ପ୍ରେରଣା ବୋଲି ଶ୍ରେୟ ଦେଇଛନ୍ତି । ଏବଂ ସେମାନଙ୍କ ନିରନ୍ତର ସମର୍ଥନକୁ ତାଙ୍କ ସଫଳତା ପଛରେ ପ୍ରେରକ ଶକ୍ତି ବୋଲି ଦର୍ଶାଇଛନ୍ତି। ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଅନୁଷ୍ଠିତ ଜାତୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ୩ଟି ସ୍ୱର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିଲେ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories