www.samajalive.in
Sunday, December 7, 2025
23.1 C
Bhubaneswar

ବର୍ଷ ପୂର୍ତ୍ତି ଅବସରରେ ଲେବାନନ ଓ ଗାଜାରେ ଆକ୍ରମଣକୁ ଜୋରଦାର କଲା ଇସ୍ରାଏଲ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲରେ ହମାସ ଆକ୍ରମଣକୁ ସୋମବାର ବର୍ଷେ ପୂରଣ ହୋଇଛି। ଗତବର୍ଷ ଅର୍ଥାତ ୨୦୨୩ ଅକ୍ଟୋବର ୭ ତାରିଖରେ ଗାଜାପଟିରେ ସରକାର ଚଳାଇଥିବା ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲର ରାଜଧାନୀ ଜେରୁଜେଲମରେ ଆକ୍ରମଣ ହୋଇଥିଲା। ଜନସାଧାରଣ ପ୍ରାର୍ଥନା ସଭାରେ ଏକାଠି ହୋଇ ପ୍ରାର୍ଥନା କରୁଥିବାବେଳେ ହମାସ ଘଣ୍ଟାଏ ଭିତରେ ୫ ହଜାର ରକେଟ ମାଡ଼ କରିଥିଲା, ଯେଉଁଥିରେ ୧୨୦୦ରୁ ଅଧିକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ। ଆଜି ଏହି ଘଟଣାକୁ ବର୍ଷେ ପୂରିଥିବାବେଳେ ଇସ୍ରାଏଲ ଗାଜାପଟିରେ ହମାସ ସଂଗଠନ ଉପରେ ଏବଂ ଲେବାନନରେ ହେଜବୋଲ୍ଲା ସଂଗଠନ ଉପରେ ଜୋରଦାର ଆକ୍ରମଣ ଚଳାଇଛି। ଗାଜା ଏବଂ ବେରୁତରେ ଏୟାରଷ୍ଟ୍ରାଇକ ଜରିଆରେ ଘନ ଘନ ବୋମାମାଡ଼ କରାଯାଉଛି। ଛାତିଥରା ଆକ୍ରମଣର ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଛି।

ସୋମବାର ମାଉଣ୍ଟ ଲେବାନନ ଗବର୍ନରେଟର ସିନ ଏଲ ଫିଲରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ପକ୍ଷରୁ ଆକାଶମାର୍ଗରୁ ବୋମାମାଡ଼ କରାଯାଇଥିଲା। ଏଥିରେ କାହାର ମୃତାହତ ନେଇ କୌଣସି ସୂଚନା ମିଳି ନ ଥିଲେ ହେଁ ବିସ୍ଫୋରଣର ତୀବ୍ରତା ବହୁ ପ୍ରଚଣ୍ଡ ଥିବା ଭିଡିଓରେ ଦେଖିବାକୁ ମିଳିଛି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories