www.samajalive.in
Tuesday, December 9, 2025
16.1 C
Bhubaneswar

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଭଦ୍ରକ ଓ ବାଲେଶ୍ୱର ଗସ୍ତ

ଭୁବନେଶ୍ୱର: ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଆଜି ଭଦ୍ରକ ଓ ବାଲେଶ୍ୱର ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।  ଅଦିନିଆ ବର୍ଷା ସମଗ୍ର ଓଡ଼ିଶାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଚାଷୀ ମାନଙ୍କ ଧାନ ଅମଳ ସମୟରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଧାନ ଗଜା ହୋଇ ବିଲରେ ହିଁ ନଷ୍ଟ ହୋଇଯାଇଛି। କ୍ଷୟକ୍ଷତି ସଂକ୍ରାନ୍ତରେ ଆସନ୍ତା ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରାଯିବ ଓ ଏନେଇ ସମୀକ୍ଷା କରାଯିବ। ଚାଷୀଙ୍କ ଏଭଳି ଦୁର୍ଦ୍ଦିନରେ ସରକାର ଚଟାଣ ଭଳି ତାଙ୍କ ସହିତ ଠିଆ ହୋଇ ରହିଛି ବୋଲି ପ୍ରକାଶ କରିଥିଲେ ଉପମୁଖ୍ୟମନ୍ତ୍ରୀ।

ଉପମୁଖ୍ୟମନ୍ତ୍ରୀ ଏହି ଦୁଇ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ପରିଦର୍ଶନରେ ଯାଇ ସେଠାରେ ଚାଷୀ ମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କୁ ନିଶ୍ଚିନ୍ତ ରହିବାକୁ ଆଶ୍ୱାସନା ଦେଇଥିଲେ। ଚାଷୀଙ୍କୁ ଫସଲ ନଷ୍ଟ ପାଇଁ ଉଚିତ ପରିମାଣରେ କ୍ଷତି ପୁରଣ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତିବଦ୍ଧ। ସରକାର ଆପଣଙ୍କ ସହିତ ଅଛନ୍ତି। ଯଦି କୌଣସି ଅସୁବିଧା ହୁଏ ତେବେ ସରକାର ଏହାର ସମାଧାନ ପନ୍ଥା ନିଶ୍ଚୟ ବାହାର କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories