www.samajalive.in
Sunday, December 14, 2025
26.1 C
Bhubaneswar

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଭଦ୍ରକ ଓ ବାଲେଶ୍ୱର ଗସ୍ତ

ଭୁବନେଶ୍ୱର: ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଆଜି ଭଦ୍ରକ ଓ ବାଲେଶ୍ୱର ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।  ଅଦିନିଆ ବର୍ଷା ସମଗ୍ର ଓଡ଼ିଶାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଚାଷୀ ମାନଙ୍କ ଧାନ ଅମଳ ସମୟରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଧାନ ଗଜା ହୋଇ ବିଲରେ ହିଁ ନଷ୍ଟ ହୋଇଯାଇଛି। କ୍ଷୟକ୍ଷତି ସଂକ୍ରାନ୍ତରେ ଆସନ୍ତା ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରାଯିବ ଓ ଏନେଇ ସମୀକ୍ଷା କରାଯିବ। ଚାଷୀଙ୍କ ଏଭଳି ଦୁର୍ଦ୍ଦିନରେ ସରକାର ଚଟାଣ ଭଳି ତାଙ୍କ ସହିତ ଠିଆ ହୋଇ ରହିଛି ବୋଲି ପ୍ରକାଶ କରିଥିଲେ ଉପମୁଖ୍ୟମନ୍ତ୍ରୀ।

ଉପମୁଖ୍ୟମନ୍ତ୍ରୀ ଏହି ଦୁଇ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ପରିଦର୍ଶନରେ ଯାଇ ସେଠାରେ ଚାଷୀ ମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କୁ ନିଶ୍ଚିନ୍ତ ରହିବାକୁ ଆଶ୍ୱାସନା ଦେଇଥିଲେ। ଚାଷୀଙ୍କୁ ଫସଲ ନଷ୍ଟ ପାଇଁ ଉଚିତ ପରିମାଣରେ କ୍ଷତି ପୁରଣ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତିବଦ୍ଧ। ସରକାର ଆପଣଙ୍କ ସହିତ ଅଛନ୍ତି। ଯଦି କୌଣସି ଅସୁବିଧା ହୁଏ ତେବେ ସରକାର ଏହାର ସମାଧାନ ପନ୍ଥା ନିଶ୍ଚୟ ବାହାର କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories