www.samajalive.in
Sunday, December 14, 2025
26.1 C
Bhubaneswar

ପର୍ଯ୍ୟଟନସ୍ଥଳୀରେ ଏକକ ପ୍ଲାଷ୍ଟିକ୍‌‌ ବ୍ୟବହାର ନକରିବାକୁ ସଚେତନତା

କେନ୍ଦୁଝରଗଡ଼: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସାନଘାଗରା ଓ ବଡଘାଗରାରେ ଏକକ ପ୍ଲାଷ୍ଟିକ୍‌‌ ବ୍ୟବହାର ନକରିବାକୁ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଶାଖା କେନ୍ଦୁଝର ଏବଂ କେନ୍ଦୁଝର ବନଖଣ୍ଡ ଅଧିନ ଭୂୟାଁ ଜୁଆଙ୍ଗ ପୀଢ଼ (ବିଜେପି) ବନାଞ୍ଚଳ ପକ୍ଷରୁ ରବିବାର ଉକ୍ତ ପର୍ଯ୍ୟଟନକେନ୍ଦ୍ରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସହକାରୀ ବନସଂରକ୍ଷକ ସୁରେନ୍ଦ୍ର ହେମ୍ବ୍ରମ୍‌‌, ବିଜେପି ରେଞ୍ଜର ନୟନକାନ୍ତ ସାହୁ, ସ୍ୱେଛାସେବୀ ସଙ୍ଗଠନର ସଦସ୍ୟ ଏବଂ ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ କେନ୍ଦୁଝର ଶାଖାର କର୍ମଚାରୀ ଲୁଲୁ ନାଏକ ପ୍ରମୁଖ ରବିବାର ସକାଳୁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସାନଘାଗରା ଓ ବଡଘାଗରାରେ ପହଞ୍ଚି ଏକକ ପ୍ଲାଷ୍ଟିକ୍‌‌ ବ୍ୟବହାର ନକରିବାକୁ ପର୍ଯ୍ୟଟକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରିଥିଲେ।

- Advertisement -

ଏହାସତ୍ତ୍ୱେ ଯଦି ପର୍ଯ୍ୟଟକଙ୍କ ଦ୍ୱାରା ଜିଲାର ବିଭିନ୍ନ ପର୍ଯ୍ୟଟନକେନ୍ଦ୍ରରେ ଏକକ ପ୍ଲାଷ୍ଟିକ୍‌‌ ବ୍ୟବହାର କରାଯାଏ ତାହାଲେ ଆଇନାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ କେନ୍ଦୁଝର ଶାଖାର ଆଞ୍ଚଳିକ ପ୍ରବନ୍ଧକ ପ୍ରଶାନ୍ତ କର ସତର୍କ କରାଇ ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories