www.samajalive.in
Monday, December 15, 2025
14.1 C
Bhubaneswar

ବାଘୁଣୀ ଜିନ୍ନତ ଟ୍ରାଙ୍କୁଲାଇଜ: ଆଲିପୁରରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଫେରିବ ଶିମିଳିପାଳ

ଭୁବନେଶ୍ୱର: ପଶ୍ଚିମବଙ୍ଗର ବାଙ୍କୁରାରେ ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ କରାଯାଇଛି। ଏହା ସହିତ ଅଧିକାରୀମାନେ ଜିନ୍ନତକୁ ଏବେ ଜନ୍ତାରେ ରଖିଥିବା ସୂଚନା ଦେଇଛନ୍ତି। ପିସିସିଏଫଙ୍କ ସୂଚନା ଅନୁଯାୟୀ, ଟ୍ରାଙ୍କୁଲାଇଜ କରିବା ପରେ ଜିନ୍ନତଙ୍କୁ ଆଗାମୀ ଦିନରେ ଆଲିପୁରକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯିବ। ସେଠାରେ ବାଘୁଣୀ ଜିନ୍ନତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ, ଏହାପରେ ବାଘୁଣୀ ଜିନ୍ନତକୁ ପୁନଃ ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଆଣାଯିବ।

ବାଘୁଣୀ ଜିନ୍ନତର ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଓ ସେ କିଭଳି ପ୍ରାକୃତିକ ପରିବେଶରେ ରହିପାରିବ ଏବଂ ଶିମିଳିପାଳ ଅଭୟାରଣ୍ୟରେ ନୂଆ ଜୀବନ ଆରମ୍ଭ ଆରମ୍ଭ କରିପାରିବ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ବାଘୁଣୀ ଜିନ୍ନତର ସଫଳ ଟ୍ରାଙ୍କୁଲାଇଜେସନ୍ ଓ ପରିକଳ୍ପିତ ପଦକ୍ଷେପ ଯୋଗୁ ଏହା ବନ୍ୟଜୀବ ସୁରକ୍ଷାରେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ଭାବେ ଗଣାଯାଉଛି।

- Advertisement -

ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରର ତବୋଦା ଅନ୍ଧେରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଥିଲା। ଜିନ୍ନତ ଶିମିଳିପାଳରୁ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗକୁ ଯାତ୍ରା କରିଥିଲା । ପଶ୍ଚିମବଙ୍ଗରେ ଏହା ପ୍ରଥମେ ଝାରଗ୍ରାମ ଜିଲ୍ଲା ଓ ପରେ ପୁରୁଲିଆରେ ପ୍ରବେଶ କରିଥିଲା। ଏହାକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories