www.samajalive.in
Monday, December 15, 2025
15.1 C
Bhubaneswar

ଦାଦାବଟି ପାଇଁ ବୋମାମାଡ ଓ ଜେସିବି ଭଙ୍ଗାରୁଜା ଅଭିଯୋଗ

ପିପିଲି: ପିପିଲି ଥାନା ଅନ୍ତର୍ଗତ ସିଂହାରପୁର ନିକଟରେ ରହୁଥିବା ପୋଷଲ ମାଇନର କେନାଲ କାର୍ଯ୍ୟରେ ନିୟୋଜିତ ଶ୍ରମିକ କ୍ୟାମ୍ପ ଉପରକୁ ଦାଦାବଟି ପାଇଁ ବୋମାମାଡ କରାଯିବା ସହ କାର୍ଯ୍ୟରେ ନିୟୋଜିତ ଏକ ଜେସିବି ଓ ହିଟାଚି ମେସିନକୁ ଶନିବାର ରାତିରେ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅର୍ଥାତ ରବିବାର ସଂନ୍ଧ୍ୟା ସୁଦ୍ଧା ଏସଂପର୍କରେ ପିପିଲି ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପୋଷଲ ମାଇନର କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ସିଂହାରପୁର ନିକଟରେ କ୍ୟାମ୍ପ କରି ରହୁଥିଲେ। ଉକ୍ତ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାର ଜନୈକ କର୍ମଚାରୀ ମଙ୍ଗୁଳି ଜେନାଙ୍କ କହିବା ଅନୁଯାୟୀ, ଗତ ୨ଦିନ ତଳେ ୨ଜଣ ଯୁବକ ଆସି ସେମାନଙ୍କୁ ଦାଦାବଟି ମାଗିବା ସହ ଧମକଚମକ ଦେଇଥିଲେ। ଶନିବାର ରାତିରେ ଏକାଧିକ ଯୁବକ ଆସି ଉକ୍ତ ଶ୍ରମିକ କ୍ୟାମ୍ପ ନିକଟରେ ୫ରୁ ଊର୍ଦ୍ଧ୍ବ ବୋତଲବୋମା ମାଡ କରିବା ସହ ସେଠାରେ ଥିବା ଏକ ଜେସିବି ଓ ହିଟାଚି ମେସିନକୁ ବାଡେଇ ଭଙ୍ଗାରୁଜା କରିଥିଲେ।

- Advertisement -

ବୋମାମାଡରେ କୌଣସି ଶ୍ରମିକଙ୍କର କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି। କ୍ୟାମ୍ପରେ ଥିବା ୫୦ରୁ ଊର୍ଦ୍ଧ୍ବ ଶ୍ରମିକ ଏହାକୁ ନେଇ ଭୟଭିତ ହୋଇପଡ଼ିଛନ୍ତି। ଖବର ପାଇ ରବିବାର ପୂର୍ବାହ୍ନରେ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ, ସାତଶଙ୍ଖ ଫାଣ୍ଡି ଅଧିକାରୀ ପ୍ରକାଶ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଥିଲେ। ତେବେ ଘଟଣା ସଂପର୍କରେ ରବିବାର ସଂନ୍ଧ୍ୟା ସୁଦ୍ଧା ପୁଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ପହଞ୍ଚି ନଥିବା ସଂପର୍କରେ ଆଇଆଇସି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories