www.samajalive.in
Sunday, December 14, 2025
26.1 C
Bhubaneswar

କଳ୍ପନା-ରସୁଲଗଡ଼ ରାସ୍ତା ଅବରୋଧ, ଘଣ୍ଟା ଘଣ୍ଟା ଧରି ଅଟକିଲା ଶତାଧିକ ଗାଡ଼ିମୋଟର

ସମାଜ ଡିଜିଟାଲ ଡେସ୍କ: କ୍ରିକେଟ ଖେଳକୁ ନେଇ ଗଣ୍ଡଗୋଳ ଯୋଗୁ କଳ୍ପନା-ରସୁଲଗଡ଼ ରାସ୍ତା ଅବରୋଧ କରାଯାଇଛି। ଲକ୍ଷ୍ମୀସାଗର ଛକଠାରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଥିଲେ ହେଁ ସଫଳ ହୋଇନାହିଁ। ରାସ୍ତା ଅବରୋଧକାରୀଙ୍କୁ ପୁଲିସ ରାସ୍ତାରୁ ଉଠାଇ ନେବାକୁ ଉଦ୍ୟମ କରିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଲକ୍ଷ୍ମୀସାଗର ଅଞ୍ଚଳରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅତିଥି ନିମନ୍ତ୍ରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ସ୍ଥାନୀୟ ପଡ଼ିଆରେ କ୍ରୀଡ଼ା ଆୟୋଜନ ପାଇଁ ପୁଲିସ ବାରଣ କରିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରୁ ଲକ୍ଷ୍ମୀସାଗର ଛକରେ ଲୋକେ ରାସ୍ତାରୋକୋ କରିଥିଲେ। ଫଳରେ ଦୁଇ ପାର୍ଶ୍ବ ରାସ୍ତାରେ ଶହ ଶହ ଗାଡ଼ିମୋଟର ଅଟକି ରହିଥିଲା। ଫଳରେ ରାସ୍ତା ଜାମ ହୋଇଯାଇଥିଲା। ପରେ ପୁଲିସ ପହଞ୍ଚି ରାସ୍ତାରୁ ଆନ୍ଦୋଳନକାରୀଙ୍କୁ ହଟାଇଥିଲା। ଏହା ପରେ ଗାଡ଼ି ଚଳାଚଳ ସାମାନ୍ୟ ସ୍ବାଭାବିକ ହୋଇଥିଲା।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories