ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର ଆୟୋଜିତ ହୋଇଯାଇଛି। ଏଥିରେ ବହୁ ନେତା ମନ୍ତ୍ରୀଙ୍କ ସମତେ ଉଚ୍ଚପଦସ୍ଥ ଅଧିକାରୀ ସାମିଲ ହୋଇଥିଲେ।
ଗତ ଶନିବାର ନୂଆଦିଲ୍ଲୀର ଅଶୋକା ରାଜପଥରେ ଅପରାଜିତାଙ୍କ ଝିଅ ଅର୍ଚ୍ଚିତାଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ସେ ରାଜସ୍ଥାନର ସଚିନ ରାହାରଙ୍କୁ ବିବାହ କରିଛନ୍ତି। ସଚିନ ଏବେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ)ରେ କାର୍ଯ୍ୟ କରୁଛନ୍ତି। ସେ ୨୦୨୪ ବ୍ୟାଚର ଆଇଏଏସ ଅଧିକାରୀ। ଅର୍ଚ୍ଚିତା ବି ଜଣେ ଉଚ୍ଚ ଶିକ୍ଷିତା। ସେ ବ୍ରିଟେନର ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରୁ ବିଜନେସ ମ୍ୟାନେଜମେଣ୍ଟରେ ଶିକ୍ଷାଲାଭ କରିଛନ୍ତି।



