www.samajalive.in
Friday, December 12, 2025
14.1 C
Bhubaneswar

ପାଣିରେ ବୁଡ଼ି ଦୁଇ ମୃତ

ପାତ୍ରପୁର: ପାତ୍ରପୁର ବ୍ଳକ ସୁରଙ୍ଗି ଗ୍ରାମର ଦୁଇ ଜଣ ବ୍ୟକ୍ତି ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଦୁଇ ଜଣ ସୁରଙ୍ଗି ଦଳିତ ସାହିର ଇନ୍ଦ୍ରମଣି ସେଠୀ ୪୨ବର୍ଷ ଏବଂ ଅଲେଖ ବେହେରା-୧୯ବର୍ଷ ବୋଲି ଜଣାପଡିଛି। ଆଜି ସକାଳେ ଦୁହେଁ ମୁକୁନ୍ଦଦେବ ସାଗରକୁ ଯାଇଥିଲେ। ଏହି ସମୟରେ ସାଗର ଉପର ପାର୍ଶ୍ଵ ସୁଇସ୍ ଫାଟକ ନିକଟରେ ପାଣିରେ ପଶିଥିବା ବେଳେ ଦୁହେଁ ପଦାକୁ ନ ଆସିବାରୁ ନିକଟରେ ଥିବା ଅନ୍ୟ ସାଙ୍ଗ ଦୁହେଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁରଙ୍ଗୀ ଡାକ୍ତରଖାନାକୁ ନେଇଥିଲେ।। ତେବେ ଡାକ୍ତର ଅଲେଖଙ୍କୁ ମୃତ ଘୋଷଣା କରିଥିବା ବେଳେ ଇନ୍ଦ୍ରମଣିଙ୍କୁ ପାତ୍ରପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।  ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚିବା ସହ ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଟୁନା ସାସମଲ ସୂଚନା ଦେଇ ଥିବା ବେଳେ କିଭଳି ଏହି ଘଟଣା ଘଟିଲା ତାହାରି ତଦନ୍ତ ହେଲେ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।

ଦେଖନ୍ତୁ ଭିଡିଓ; କେମିତି ୪ ଫୁଟ୍‌ ଅଜଗର, ୭ ଫୁଟ୍‌ ନାଗସାପକୁ ଧୂଳି ଚଟାଇଲା..

- Advertisement -

 

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories