www.samajalive.in
Friday, December 5, 2025
26.1 C
Bhubaneswar

ପାଣିରେ ବୁଡ଼ି ଦୁଇ ମୃତ

ପାତ୍ରପୁର: ପାତ୍ରପୁର ବ୍ଳକ ସୁରଙ୍ଗି ଗ୍ରାମର ଦୁଇ ଜଣ ବ୍ୟକ୍ତି ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଦୁଇ ଜଣ ସୁରଙ୍ଗି ଦଳିତ ସାହିର ଇନ୍ଦ୍ରମଣି ସେଠୀ ୪୨ବର୍ଷ ଏବଂ ଅଲେଖ ବେହେରା-୧୯ବର୍ଷ ବୋଲି ଜଣାପଡିଛି। ଆଜି ସକାଳେ ଦୁହେଁ ମୁକୁନ୍ଦଦେବ ସାଗରକୁ ଯାଇଥିଲେ। ଏହି ସମୟରେ ସାଗର ଉପର ପାର୍ଶ୍ଵ ସୁଇସ୍ ଫାଟକ ନିକଟରେ ପାଣିରେ ପଶିଥିବା ବେଳେ ଦୁହେଁ ପଦାକୁ ନ ଆସିବାରୁ ନିକଟରେ ଥିବା ଅନ୍ୟ ସାଙ୍ଗ ଦୁହେଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁରଙ୍ଗୀ ଡାକ୍ତରଖାନାକୁ ନେଇଥିଲେ।। ତେବେ ଡାକ୍ତର ଅଲେଖଙ୍କୁ ମୃତ ଘୋଷଣା କରିଥିବା ବେଳେ ଇନ୍ଦ୍ରମଣିଙ୍କୁ ପାତ୍ରପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।  ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚିବା ସହ ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଟୁନା ସାସମଲ ସୂଚନା ଦେଇ ଥିବା ବେଳେ କିଭଳି ଏହି ଘଟଣା ଘଟିଲା ତାହାରି ତଦନ୍ତ ହେଲେ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।

ଦେଖନ୍ତୁ ଭିଡିଓ; କେମିତି ୪ ଫୁଟ୍‌ ଅଜଗର, ୭ ଫୁଟ୍‌ ନାଗସାପକୁ ଧୂଳି ଚଟାଇଲା..

- Advertisement -

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories