ଶୀତଦିନେ କାହିଁକି ଖାଇବେ ପିଜୁଳି..

ନିୟମିତ ରୂପରେ ଫଳ ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଡାକ୍ତର ମଧ୍ୟ ନିୟମିତ ଫଳ ଖାଇବା ପାଇଁ ପରାମର୍ଶ ଦିଅନ୍ତି । ଏଭଳି କି ପ୍ରତିଦିନ ସେଓ ଖାଇବା ପାଇଁ ମଧ୍ୟ କୁହାଯାଏ । ମାତ୍ର ହୁଏତ ସଭିଏଁ ଜାଣିନଥିବେ ଏପରି ଏକ ଫଳ ରହିଛି, ଯାହା ଶୀତ ଦିନେ ସେଓରୁ ମଧ୍ୟ ଅଧିକ ଶରୀର ପାଇଁ ଲାଭଦାୟକ । ଫଳଟି ହେଉଛି ପିଜୁଳି । ଜାଣନ୍ତୁ ଶୀତଦିନେ ନିୟମିତ ପିଜୁଳି ଖାଇବା ଦ୍ୱାରା ଶରୀରକୁ କି କି ଲାଭ ମିଳିବ..
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୀତଦିନେ ପିଜୁଳି ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ଓ ମଜଭୁତ ରହିଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍‌ ସି ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି ଓ ମଜଭୁତ କରିବାରେ ସହାୟକ ହୋଇଥାଏ ।

ମାତ୍ର ୫ ଦିନ ପରେ ବୁଧ ଚଳନ; ଏହି ୫ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌..

ଶୀତଦିନେ ପିଜୁଳି ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌ ନିୟନ୍ତ୍ରଣ ହୋଇ ରହିଥାଏ । ଏଥିରେ ଥିବା ଫାଇବର ଖରାପ କୋଲେଷ୍ଟେରୋଲ୍‌କୁ ଶରୀରରୁ ବାହାର କରିବାରେ ସହାୟକ ହୋଇଥାଏ । ରକ୍ତରେ ଏହାର ସ୍ତରକୁ କମ୍‌ କରିଥାଏ । ଏହାସହ ପିଜୁଳିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏଚଡିଏଲ୍‌ କୋଲେଷ୍ଟେରୋଲ୍‌ର ସ୍ତରକୁ ସଠିକ୍‌ ରଖିବାରେ ସହାୟକ ହୋଇଥାଏ।

prayash

ଦେଖନ୍ତୁ ଭିଡିଓ; ଏମିତି ପ୍ରସ୍ତୁତ ହୁଏ ନକଲି କ୍ଷୀର, ମାତ୍ର ଏକ ଲିଟର ରାସାୟନିକ ପଦାର୍ଥରୁ ୫୦୦ ଲିଟର ନକଲି କ୍ଷୀର..

ଯେଉଁମାନଙ୍କର ଥଣ୍ଡାକାଶ ଜନିତ ସମସ୍ୟା ଲାଗି ରହୁଛି, ସେମାନେ ପିଜୁଳି ଖାଇବା ବେଶ ଉପକାରୀ । ଏହାସହ ଥଣ୍ଡା କାଶ ଜନିତ ସମସ୍ୟା ଦୂର ହୋଇଥାଏ ।

ଶୀତଦିନେ ଗୋଲାପି କିମ୍ବା ଲାଲ ପିଜୁଳି ତ୍ୱଚା ପାଇଁ ଲାଭଦାୟକ । ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମିରୁ ତ୍ୱଚା ପାଇଁ ହେଉଥିବା ସମସ୍ୟାକୁ ଦୂର କରିଥାଏ । ଏଥିରେ ଭରପୁର ମାତ୍ରାରେ ଫାଇବର ଥିବା କାରଣରୁ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ କରିଥାଏ ।

ଏହାସହ କେଶ ଝଡିବା ସମସ୍ୟାକୁ ଦୂର କରିବା ସହ କେଶ ମଜଭୁତ କରିଥାଏ ।

Comments are closed.