www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରୟାଗରାଜ ମହାକୁମ୍ଭ: ଭକ୍ତଙ୍କୁ ୯ ଟଙ୍କାରେ ‘ମା’ କି ରୋ​ଷେଇ’ ଥାଳି

ପ୍ରୟାଗରାଜ: ଆଉ ଦୁଇ ଦିନ ପରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୪୫ କୋଟି ଭକ୍ତଙ୍କ ସମାଗମ ଘଟିବ ବୋଲି ଆଶା କରାଯାଉଛି। ଶୁକ୍ରବାର ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମେଳା ପାଇଁ ‘ମା’ କି ରୋଷେଇ’ ଥାଳି ଯୋଜନାର ଶୁଭାରମ୍ଭ କରିଛନ୍ତି। କେବଳ ୯ ଟଙ୍କାରେ ଭକ୍ତଙ୍କୁ ପୂରା ଖାଦ୍ୟ ମିଳିବ ବୋଲି କୁହାଯାଇଛି। ସ୍ବରୂପ ରାଣୀ ନେହେରୁ ହସ୍ପିଟାଲ ପରିସରରେ ‘ନନ୍ଦୀ ସେବା ସଂସ୍ଥାନ’ ପକ୍ଷରୁ ଏଭଳି ଗୋଷ୍ଠୀ ଭୋଜନାଳୟର ବ୍ୟବସ୍ଥା କରାଯାଇଛି। ଯୋଗୀ ଆଦିତ୍ୟନାଥ ବର୍ତ୍ତମାନ ପ୍ରୟାଗରାଜ ଗସ୍ତରେ ଯାଇ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରୁଛନ୍ତି। ଯୋଗୀ ଶୁକ୍ରବାର ହସ୍ପିଟାଲରେ ଏହି ଯୋଜନାର ଶୁଭାରମ୍ଭ କରିଥିବାବେଳେ ସେଠାରେ ଉପସ୍ଥିତ ଲୋକଙ୍କୁ ବ୍ୟକ୍ତିଗତ ଭାବେ ଖାଦ୍ୟ ପରଷିଛନ୍ତି। ଆର୍ଥିକ ଭାବେ ଅନଗ୍ରସର ଲୋକଙ୍କ ପାଇଁ ଏହି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଅଭିନବ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ୯ ଟଙ୍କାରେ ଭକ୍ତଙ୍କୁ ଭାତ, ୪ ରୁଟି, ଡାଲି, ତରକାରି, ସାଲାଡ୍‌ ଓ ମିଠା ଖାଇବାକୁ ମିଳିବ। ଯୋଜନାର ଶୁଭାରମ୍ଭ ପରେ ଯୋଗୀ ରୋଷଶାଳା ବୁଲି ଦେଖିବା ସହ ଖାଦ୍ୟର ମାନ, ପରିଷ୍କାର ପରିଚ୍ଛନତା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ହସ୍ପିଟାଲ ପରିସରରେ ୨୦୦୦ ବର୍ଗଫୁଟ ଜମି ଉପରେ ନିର୍ମିତ ଏହି ‘ମା’ କି ରୋଷେଇ’ ଭୋଜନାଳୟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହୋଇଥିବାବେଳେ ଏକାସାଙ୍ଗରେ ୧୫୦ ଲୋକ ଭୋଜନ କରିବାର ବ୍ୟବସ୍ଥା କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories