ସିମଳା : ହିମାଚଳ ପ୍ରଦେଶର ହମିରପୁର ଜିଲାରେ ଜଣେ ବ୍ୟବସାୟୀ ୨୧୦ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ପାଇଥିବା ଜଣାପଡିଛି। ସଂପୃକ୍ତ ବ୍ୟବସାୟୀ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିବା ପରେ ବିଲ୍ ଦେୟ ୪୦୪୭ ଟଙ୍କାକୁ ସଂଶୋଧନ କରାଯାଇଛି। ଲଳିତ ଧିମାନ ନାମକ ଏହି ବ୍ୟବସାୟୀ କହିଛନ୍ତି ଯେ ଗତ ଡିସେମ୍ବରରେ ତାଙ୍କ ନିକଟକୁ ୨,୧୦,୪୨,୦୮,୪୦୫ ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଥିଲା। ପୂର୍ବମାସରେ ମାତ୍ର ୨୫୦୦ ଟଙ୍କାର ବିଲ୍ ପୈଠ କରିଥିବାବେଳେ ଏଥର ୨୧୦ କୋଟିର ବିଲ୍ କିପରି ହେଲା, ତାହା ତାଙ୍କୁ ବିସ୍ମିତ କରିଥିବା ଲଳିତ କହିଛନ୍ତି। ଅପରପକ୍ଷରେ ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତିି ଯେ
କମ୍ପ୍ୟୁଟର ତ୍ରୁଟି ଯୋଗୁଁ ବିଲ୍ ପରିମାଣ ମାତ୍ରାଧିକ ହୋଇଛି। ଏଭଳି ତ୍ରୁଟିର କାରଣ ଦର୍ଶାଇବାକୁ ହମିରପୁର ଜୋନ୍ ଅଧୀକ୍ଷଣ ଯନ୍ତ୍ରୀଙ୍କ ତରଫରୁ ଏସ୍ଡିଓଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି।
ଚକିତ କଲା ୨୧୦ କୋଟିର ବିଦ୍ୟୁତ୍ ବିଲ୍
Popular Categories



