www.samajalive.in
Friday, December 12, 2025
23.1 C
Bhubaneswar

ଆହ୍ଲାବାଦ ହାଇକୋର୍ଟଙ୍କ କାର୍ଯ୍ୟରେ ସୁପ୍ରିମକୋର୍ଟ ଖପ୍ପା

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟଙ୍କ କାର୍ଯ୍ୟଶୈଳୀକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୁଖ୍ୟାତ ଅପରାଧୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ମୁକ୍ତାର ଆନ୍‌ସାରୀଙ୍କ ପୁଅ ଆବାସ ଆନ୍‌ସାରୀଙ୍କ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରୁଥିବାବେଳେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଏନ.କୋଟିଶ୍ବର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଏଭଳି ମନ୍ତବ୍ୟ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟରେ ମାମଲାଗୁଡିକର ଦାଏର (ଫାଇଲିଂ) ଏବଂ ତାଲିକାଭୁକ୍ତ (ଲିଷ୍ଟିଂ) ପ୍ରକ୍ରିୟା ଭୁଶୁଡି ପଡିଥିବା ଖଣ୍ଡପୀଠ କହିଛନ୍ତି। ଆବାସଙ୍କ ଦ୍ବାରା ଆଗତ ଏକ ଜମିଜମା ମାମଲାର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ପୂର୍ବରୁ ଆହ୍ଲାବାଦ ହାଇକୋର୍ଟଙ୍କୁ ନିର୍ଦେଶ ଦେଇସାରିଥିବାବେଳେ ଏହାକୁ ଏପର୍ଯ୍ୟନ୍ତ କାର‌୍ୟ୍ୟକାରୀ କରାଯାଇ ନାହିଁ। ମାମଲାରେ ପକ୍ଷଭୁକ୍ତ ଅନ୍ୟମାନେ ଏପର୍ଯ୍ୟନ୍ତ ହାଇକୋର୍ଟରୁ ଅନ୍ତରୀଣ ରିଆତି ପାଇସାରିଥିବାବେଳେ ଆବାସଙ୍କ ମାମଲାର ଶୁଣାଣି ଏପର୍ଯ୍ୟନ୍ତ ହୋଇପାରିନାହିଁ। ଉତ୍ତର ପ୍ରଦେଶ ସରକାର ବେଆଇନ ଭାବେ ଆବାସଙ୍କ ସମ୍ପତ୍ତିି ଦଖଲ କରିଥିବାବେଳେ ସେଠାରେ ଆବାସ (ବାସଗୃହ) ଯୋଜନା ଆରମ୍ଭ କରିଛନ୍ତି। ଏହାର ପ୍ରତିବାଦରେ ଆବାସ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ମାମଲା ଲଢୁଛନ୍ତି।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories