www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରୟାଗରାଜକୁ ଚାଲିଲା ୯୮ ସ୍ବତନ୍ତ୍ର ଟ୍ରେନ

ପ୍ରୟାଗରାଜ: ମହାକୁମ୍ଭ ମେଳା ଉପଲକ୍ଷେ ପଶ୍ଚିମାଞ୍ଚଳ ରେଳବାଇ ପକ୍ଷରୁ ପ୍ରୟାଗରାଜକୁ ୯୮ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି। ଏହି ମେଳା ପାଇଁ ଦେଶ ବିଦେଶରୁ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁଙ୍କ ଆଗମନର ସମ୍ଭାବନା ରହିଛି। ସେମାନଙ୍କର ଯାତାୟାତକୁ ଯଥାସମ୍ଭବ ସୁଗମ କରିବା ନିମନ୍ତେ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଯାଇଛି ବୋଲି ପଶ୍ଚିମାଞ୍ଚଳ ରେଳବାଇର ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଟ୍ରେନ୍‌ଗୁଡିକରେ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ନିମନ୍ତେ ସବୁ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କୁ ମାର୍ଗଦର୍ଶନ ଏବଂ ସୁରକ୍ଷା ଯୋଗାଇବାକୁ ପ୍ରତ୍ୟେକ ଷ୍ଟେସନରେ ଆରପିଏଫ୍‌ (ରେଳବାଇ ସୁରକ୍ଷା ବଳ) ଯବାନଙ୍କୁ ନିୟୋଜିତ କରାଯାଇଛି। ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ମହାକୁମ୍ଭ ଆୟୋଜିତ ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କ ଯାତାୟାତ ନିମନ୍ତେ ରେଳବାଇ ପକ୍ଷରୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ବିଭିନ୍ନ ରୁଟ୍‌ରେ ୧୦ ହଜାରରୁ ଅଧିକ ଟ୍ରେନ ସମେତ ୩୩୦୦ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା କରାଯାଉଛି ବୋଲି ରେଳବାଇ ବୋର୍ଡର ସୂଚନା ନିର୍ଦେଶକ ଦିଲୀପ କୁମାର କହିଛନ୍ତି। ସ୍ବତନ୍ତ୍ର ଟ୍ରେନ୍‌ରେ ସଂରକ୍ଷିତ ଟିକଟ ନ ଥିବା ଯାତ୍ରୀଙ୍କ ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଇଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories