ଦେଖନ୍ତୁ ଭିଡିଓ; ଏମିତି ପ୍ରସ୍ତୁତ ହୁଏ ନକଲି କ୍ଷୀର, ମାତ୍ର ଏକ ଲିଟର ରାସାୟନିକ ପଦାର୍ଥରୁ ୫୦୦ ଲିଟର ନକଲି କ୍ଷୀର..

ନୂଆଦିଲ୍ଲୀ : କେବଳ ଏକ ଲିଟର ରାସାୟନିକ ପଦାର୍ଥରୁ ପ୍ରସ୍ତୁତ ହୋଇପାରିବ ୫୦୦ ଲିଟର ନକଲି କ୍ଷୀର । ଆଜ୍ଞା ହଁ କାଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଉତ୍ତରପ୍ରଦେଶରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।
ଉତ୍ତରପ୍ରଦେଶର ବୁଲନ୍ଦସହରରେ କେବଳ ଏକ ଲିଟର ରାସାୟନିକ ପଦାର୍ଥର ବ୍ୟବହାର କରି ୫୦୦ ଲିଟର ସିନ୍ଥେଟିକ୍‌ କିମ୍ବା ନକଲି କ୍ଷୀର ପ୍ରସ୍ତୁତ କରୁଥିବା ଅଭିଯୋଗରେ ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି । ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଖବର ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କ ଉପରେ ଗତ ୨୦ ବର୍ଷ ହେବ ନକଲି କ୍ଷୀର ଓ ପନୀର ତିଆରି କରୁଥିବା ଅଭିଯୋଗ ରହିଥିଲା । ଅସଲି କ୍ଷୀର ଭଳି ସ୍ୱାଦ ଅନୁଭବ ହେବା ପାଇଁ ରାସାୟନିକ ଜିନିଷ ସହ କୃତ୍ରିମ ମିଠା ମଧ୍ୟ ମିଶା ଯାଉଥିଲା ।

ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବ୍ୟବସାୟୀଙ୍କର ଦୋକାନ ଓ କ୍ଷୀର ପ୍ରସ୍ତୁତି ସ୍ଥାନରେ ଚଢାଉ କରି ରାସାୟନିକ ଜିନିଷ ଜବତ କରିଛି । ବ୍ୟକ୍ତି ବ୍ୟବହାର କରୁଥିବା ରାସାୟନିକ ପଦାର୍ଥ ବିଷୟରେ ସଠିକ୍‌ ସୂଚନା ଦେଇ ନାହାଁନ୍ତି । ମାତ୍ର କେବଳ ୫ ମିଲିଲିଟର ସହ ୨ ଲିଟର ପର୍ଯ୍ୟନ୍ତ ନକଲି କ୍ଷୀର ପ୍ରସ୍ତୁତ କରାଯାଇପାରିବ ବୋଲି ଜଣାପଡିଛି ।

prayash

ମାତ୍ର ୫ ଦିନ ପରେ ବୁଧ ଚଳନ; ଏହି ୫ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌..

ବ୍ୟବସାୟୀଙ୍କ ଉପରେ ନକଲି କ୍ଷୀର ପ୍ରସ୍ତୁତ କରିବାର ଶୈଳୀ ନିଜ ଗାଁର ଅନ୍ୟ କ୍ଷୀର ବିକ୍ରେତାଙ୍କୁ ଜଣାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଚଢାଉ ସମୟରେ ନକଲି କ୍ଷୀର ପାଇଁ ପ୍ରସ୍ତୁତ କରାଯାଉଥିବା କିଛି କୃତ୍ରିମ ମିଠା ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ଜବତ କରିଛି । ପୁଲିସ ଘଟଣାର ତଦନ୍ତ ଜାରି କରିଛି। ଏଫଏସଏସଏଆଇ ଜଣେ ଅଧିକାରୀ କହିଛନ୍ତି, ଘଟଣାର ଯାଞ୍ଚ କରାଯିବା ସହ ଗତ ୬ ମାସ ହେବ ଏହି ସ୍ଥାନରୁ ଯେଉଁ ସବୁ ସ୍ଥାନକୁ କ୍ଷୀର ଯାଇଛି, ତଦନ୍ତ କରାଯିବ।

ଭିଡିଓରେ ଦେଖନ୍ତୁ ନାଗ-ନାଗୁଣୀ ଖେଳ, ବୁଦା ଭିତରୁ ରାସ୍ତା ଉପରକୁ ହଠାତ୍‌ ଆସି..

Comments are closed.