www.samajalive.in
Sunday, December 7, 2025
15.1 C
Bhubaneswar

ଭାଇରାଲ ହେଉଛି ବିଶ୍ଵର ନୂଆ ମାନଚିତ୍ର, ଯେଉଁଥିରେ ରହିଛି କେବଳ ୧୫ ଦେଶ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ ଏବେ ବିଶ୍ଵର ଏକ ନୂଆ ମାନଚିତ୍ର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କେବଳ ୧୫ଟି ଦେଶକୁ ସ୍ଥାନିତ କରାଯାଇଛି। କିନ୍ତୁ ଏହା ବିଶ୍ଵର ଅଧା ମାନଚିତ୍ର ନୁହେଁ। ଏହି ନୂଆ ମାନଚିତ୍ରରେ କାନାଡ଼ା ଏବଂ ମେକ୍ସିକୋକୁ ଆମେରିକାର ଅଂଶ ଭାବେ ସାମିଲ କରାଯାଇଛି। ରୁଷ ପୁନର୍ବାର ୟୁଏସଏସଆରରେ ପରିବର୍ତ୍ତନ ହୋଇଛି। ପାକିସ୍ତାନ ଏବଂ ଆଫଗାନିସ୍ତାନର ଚିହ୍ନବର୍ଣ୍ଣ ନାହିଁ। ଉଭୟ ଦେଶ ଭାରତ ସହିତ ମିଶି ଅଖଣ୍ଡ ଭାରତ ହୋଇଛି। ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ହୋଇନାହିଁ। ପ୍ରକୃତରେ ଏହି ମାନଚିତ୍ରଟି ୨ୟ ବିଶ୍ଵଯୁଦ୍ଧ ପୂର୍ବର ୮୨ ବର୍ଷ ପୁରୁଣା ମାନଚିତ୍ର। ତେବେ ଏହା ହଠାତ କାହିଁକି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି ? ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ମଧ୍ୟ।

ଆସନ୍ତା ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିବେ। ଏହା ପୂର୍ବରୁ ଟ୍ରମ୍ପ ନିଜର ବିସ୍ତାରବାଦୀ ଚିନ୍ତାଧାରାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ କାନାଡ଼ାକୁ ଆମେରିକାର ୫୧ତମ ରାଜ୍ୟ କରିବାକୁ ମତ ଦେଇସାରିଛନ୍ତି। ଏହା ସହିତ ସେ ଗ୍ରୀନଲାଣ୍ଡକୁ ବି କବଜା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କାନାଡ଼ା ଏବଂ ଗ୍ରୀନଲାଣ୍ଡକୁ କବଜା କରିବା ପରେ ଟ୍ରମ୍ପଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ତାହା ବି ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟ୍ରମ୍ପ ମେକ୍ସିକୋକୁ ବି ଆମେରିକାରେ ମିଶାଇ ପାରନ୍ତି ବୋଲି ଆଲୋଚନା ହେଉଛି। ତେଣୁ ଲୋକମାନେ ସାମାଜିକ ଗଣମାଧ୍ୟରେ ଏହି ପୁରୁଣା ମାନଚିତ୍ରକୁ ଶେୟାର କରି ନୂଆ ବିଶ୍ଵର ପରିକଳ୍ପନା କରିଛନ୍ତି।

- Advertisement -

ବିଗ୍‌ ଥିଙ୍କ ରିପୋର୍ଟ ଅନୁସାରେ, ନୂଆ ୱାର୍ଲ୍ଡ ଅର୍ଡର ମ୍ୟାପ ବା ବିଶ୍ଵ ମାନଚିତ୍ରକୁ ସର୍ବପ୍ରଥମେ ୧୯୪୨ରେ ପ୍ରକାଶ କରାଯାଇଥିଲା। ଆମେରିକାର ପେନସିଲଭାନିଆ ରାଜ୍ୟର ଫିଲାଡେଲଫିଆ ସହରରେ ମୋରିସ ଗୋମବର୍ଗଙ୍କ ପକ୍ଷରୁ ଏହାର ପ୍ରକାଶନ କରାଯାଇଥିଲା। ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ବିଶ୍ଵର ମାନଚିତ୍ରରେ ବଡ଼ ପରିବର୍ତ୍ତନ ଆସିବ ବୋଲି ମୌରିସ ଦାବି କରିଥିଲେ। ଚୀନ ଏବଂ ଆମେରିକାର ବିସ୍ତାରବାଦୀ ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଲୋକମାନେ ଏବେ ଏହି ମାନଚିତ୍ରକୁ ପୁନର୍ବାର ଲୋକଲୋଚନକୁ ଆଣିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories