www.samajalive.in
Saturday, December 6, 2025
26.1 C
Bhubaneswar

୨୦୧୫ରୁ ଶ୍ରୀମନ୍ଦିରକୁ ଏଟିଏମ୍‌ ମାଧ୍ୟମରେ ଦାନ ବନ୍ଦ

ପୁରୀ : ବିଶ୍ୱରେ ମହାପ୍ରଭୁଙ୍କ କୋଟି କୋଟି ଭକ୍ତ ରହିଛନ୍ତି। ଶ୍ରୀମନ୍ଦିରକୁ ପ୍ରତ୍ୟେକ ଦିନ ବିଭିନ୍ନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଦାନ ଆକାରରେ ଆସୁଛି। ହେଲେ ଶ୍ରୀକ୍ଷେତ୍ରରୁ ଦୂରରେ ବିଭିନ୍ନ ଜିଲାରେ ରହୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସହଜ ଏବଂ ସରଳରେ ଦାନ ଦେବାର କୌଣସି ବ୍ୟବସ୍ଥା ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେବଳ ସଞ୍ଚାର ମାଧ୍ୟମରେ ଦାନ ଦେବାର ବ୍ୟବସ୍ଥା ରହିଛି। ଏହି ପଦ୍ଧତି ଜଟିଳ ହେବା ସହ ଏହା ମାଧ୍ୟମରେ ବର୍ତ୍ତମାନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଅପରପକ୍ଷରେ ପୂର୍ବରୁ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ ମାଧ୍ୟମରେ ଶ୍ରୀମନ୍ଦିରକୁ ଦାନ ଦେବା ପାଇଁ ବ୍ୟବସ୍ଥା ରହିଥିଲା। ୨୦୧୫ରେ ଏହି ବ୍ୟବସ୍ଥାକୁ ବନ୍ଦ କରିଦିଆଯିବା ପରେ ସାଧାରଣ ଲୋକେ ମହାପ୍ରଭୁଙ୍କୁ ଦାନ ଦେବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶ୍ରୀମନ୍ଦିରରେ ଦାନ ଦେବା ପାଇଁ ହୁଣ୍ଡି, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଏବଂ ସଞ୍ଚାର ମାଧ୍ୟମରେ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଞ୍ଚାର ମାଧ୍ୟମରେ ବିଶ୍ୱର ଯେକୌଣସି ସ୍ଥାନରେ ଥିବା ଭକ୍ତ ଦାନ ଦେବା ବ୍ୟବସ୍ଥା କରାଯାଇଛି। ଏହି ମାଧ୍ୟମ ଉପରେ ବର୍ତ୍ତମାନ ସାଇବର ଅପରାଧୀଙ୍କ ନଜର ରହିଛି। ଅନେକ ସମୟରେ ସାଇବର ଅପରାଧୀ ବିଭିନ୍ନ ସାଇଟ୍‌କୁ ଜାଲ୍‌ କରି ଟଙ୍କା ଆତ୍ମସାତ୍‌ କରୁଛନ୍ତି; ଫଳରେ ଏହି ମାଧ୍ୟମରେ ଲୋକେ ଟଙ୍କା କାରବାର କରିବାକୁ ପଛଘୁଞ୍ଚା ଦେଉଛନ୍ତି। ପ୍ରକାଶଯୋଗ୍ୟ, ୨୦୦୩ରୁ ଶ୍ରୀମନ୍ଦିରକୁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ଷ୍ଟେଟ ବ୍ୟାଙ୍କ୍‌ ଏଟିଏମ ମାଧ୍ୟମରେ ଟଙ୍କା ଦାନ କରୁଥିଲେ। ଏହି ମାଧ୍ୟମ ସାଧାରଣ ଲୋକଙ୍କ ପାଇଁ ଅତି ସହଜ ଏବଂ ସରଳ ଥିଲା। ରାଜ୍ୟରେ ପ୍ରତ୍ୟେକ ଦିନ ସାଧାରଣ ଭକ୍ତ ଷ୍ଟେଟବ୍ୟାଙ୍କ ଏଟିଏମ ମାଧ୍ୟମରେ ଟଙ୍କା ପଠାଉଥିଲେ। ୨୦୧୫ରେ ଷ୍ଟେଟବ୍ୟାଙ୍କ ଏଟିଏମ ମାଧ୍ୟମରେ ଟଙ୍କା ପଠାଇବା ବ୍ୟବସ୍ଥା ହଠାତ୍‌ ବନ୍ଦ ହୋଇଯିବା ଫଳରେ ରାଜ୍ୟରେ ଥିବା ଲକ୍ଷାଧିକ ଭକ୍ତଙ୍କ ମନରେ ଆଘାତ ଲାଗିଥିଲା। ବ୍ୟାଙ୍କ ଏଟିଏମ ମାଧ୍ୟମରେ ଟଙ୍କା ଦାନ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଛନ୍ତି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଏହି ବ୍ୟବସ୍ଥା ପୁନଃ କାର୍ଯ୍ୟକ୍ଷମ ସମ୍ପର୍କରେ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories