www.samajalive.in
Saturday, December 6, 2025
14.1 C
Bhubaneswar

ଟ୍ରମ୍ପଙ୍କୁ ମିଳିଲା ଦଣ୍ଡ ବିହୀନ ରାୟ

ନୂଆଦିଲ୍ଲୀ : ହସ୍ ମନି ମାମଲାରେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ନ୍ୟୁୟର୍କ ଷ୍ଟେଟ୍ ଜଜ୍ ଜୁଆନ୍ ମର୍ଚାନ୍ ଶୁକ୍ରବାର ଦଣ୍ଡ ବିହିନ ରାୟ ଶୁଣାଇଛନ୍ତି। ୨୦୧୬ ମସିହାର ହସ୍ ମନି ମାମଲାରେ ଟ୍ରମ୍ପ ଗତବର୍ଷ ମେ ମାସରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦୋଷୀ ସାବ୍ୟସ୍ତ ପରେ ଅଦାଲତ ତାଙ୍କ ବିରୋଧରେ ଗତକାଲି ଦଣ୍ଡାଦେଶ ଘୋଷଣା କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ଅଦାଲତ ଟ୍ରମ୍ପଙ୍କ ବିରୋଧରେ ଦଣ୍ଡ ବିଧାନ ପରିବର୍ତ୍ତେ  ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ଅଦାଲତ ଟ୍ରମ୍ପଙ୍କୁ ୪ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଦେଇପାରିଥାନ୍ତେ। ମାତ୍ର ଟ୍ରମ୍ପ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରଅତି ଭାବେ ଶପଥ  ଗ୍ରହଣ କରିବାକୁ ଯାଉଥିବାରୁ ବିଚାରପତି ତାଙ୍କୁ ଦଣ୍ଡାଦେଶରୁ ମୁକ୍ତ କରିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories