www.samajalive.in
Saturday, December 6, 2025
16.1 C
Bhubaneswar

ଖୋର୍ଦ୍ଧାରୁ ଜବତ ହେଲା ୧ କିଲୋଗ୍ରାମ ୩୨0 ଗ୍ରାମ ବାଉନସୁଗର; ୩ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୁଲିସ ଗୁରୁବାର ସଂଧ୍ୟାରେ ଖୋର୍ଦ୍ଧାରୁ ୧ କିଲୋଗ୍ରାମ ୩୨0 ଗ୍ରାମ ବାଉନସୁଗର ଜବତ କରିଛି। ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି। ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଏ ସମ୍ପର୍କରେ ପ୍ରକାଶ କରି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟରେ ଏସଟିଏଫ ଚଢଉ କରି ଏହି ବ୍ରାଉନସୁଗର ଜବତ କରିଥିବା ଜଣାଯାଇଛି। ଏ ସଂକ୍ରାନ୍ତରେ ପୁଲିସ ପକ୍ଷରୁ ଏନଡିପିଏସ ଆଇନ,୧୯୮୫ର ଧାରା ୨୧(ସି)/୨୯ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି। ସୂଚନାଯୋଗ୍ୟ ଯେ ୨୦୨୦ ପରଠାରୁ ଏସଟିଏଫ ନିଶାଦ୍ରବ୍ୟ କାରବାର ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଜାରି ରଖି ଏପର୍ଯ୍ୟନ୍ତ ମୋଟ ୩୬ କିଲୋଗ୍ରାମ ବ୍ରାଉନସୁଗର / ହେରୋଇନ ଏବଂ ୭୪ କ୍ୱିଣ୍ଟାଲ ୩୮ କିଲୋଗ୍ରାମ ଗଞ୍ଜେଇ ଜବତ କରିସାରିଛି। ଏହି ଘଟଣାରେ ୧୦୦ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ବିଗତ କିଛି ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ବ୍ରାଉନସୁଗର ଏବଂ ଗଞ୍ଜେଇ ଜବତ ହେବା ଘଟଣା ରାଜ୍ୟ ସରକାର ଏବଂ ପୁଲିସର ଚିନ୍ତା ବଢାଇ ଦେଇଛି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories