www.samajalive.in
Sunday, December 7, 2025
15.1 C
Bhubaneswar

କାରଗାରରୁ ପ୍ରେମିକଙ୍କୁ ଛାଡିଦେଇ ନିଜେ କାରାଦଣ୍ଡ ପାଇଲେ ମହିଳା କାରା ଅଧିକାରୀ

ଲଣ୍ଡନ: ବ୍ରିଟେନର ଜଣେ କାରା ଅଧିକାରୀ ଉକ୍ତ କାରାଗାରରେ ବନ୍ଦି ଥିବା ନିଜ ପ୍ରେମିକଙ୍କୁ ଗୋପନରେ ଛାଡିଦେବା ଅଭିଯୋଗରେ ନିଜେ କାରାଦଣ୍ଡରେ ଦଣ୍ଡିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ମାଇକେଲ ସେଡନ ନାମକ ଏହି ବ୍ୟକ୍ତିଙ୍କୁ ତିନିବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏକ ଡକାୟତି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଏହି ଦଣ୍ଡାଦେଶ ଦିଆଯାଇଥିଲା। ସେ କାରାଗାରରେ ବନ୍ଦୀ ଥିବାବେଳେ ତାଙ୍କ ପ୍ରେମିକା ଏରିକା ହ୍ୱିଟିଙ୍ଗହାମ୍‍ ତାଙ୍କୁ ଛାଡି ଦେଇଥିଲେ।

 

- Advertisement -

ପ୍ରାପ୍ତ ରିପୋର୍ଟ ଅନୁଯାୟୀ ୱିଟିଙ୍ଗହାମ୍‍ ଷ୍ଟାଫୋର୍ଡସାୟାର ସ୍ଥିତ ଏକ କାରାଗାରରେ ଜଣେ କାରାରକ୍ଷୀ ଭାବରେ କାର୍ଯ୍ୟ କରୁଥିବାବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେହି ସମୟରେ ସେଡନ ଡକାୟତି ଅଭିଯୋଗରେ କାରାଦଣ୍ଡ ଭୋଗୁଥିଲେ। ତେବେ ତାଙ୍କୁ କାରାଗାରରୁ ଖସି ପଳାଇବାରେ ୱିଟିଙ୍ଗହାମ୍‍ ସହାୟତା କରିଥିଲେ। ତେବେ କାରା ଅଧିକାରୀ ଏବଂ କଏଦୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଏହା ପ୍ରଥମ ଘଟଣା ନୁହେଁ। ଏହିଭଳି କାହାଣୀକୁ ନେଇ ଅନେକ ହଲିଉଡ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଚଳିତ ବର୍ଷ ପ୍ରାରମ୍ଭରେ ଜଣେ କାରା ଅଧିକାରୀ ଜଣେ କଏଦୀଙ୍କ ସହିତ ନିବିଡ ସମ୍ପର୍କ ସ୍ଥାପନ କରିବା ସହିତ ସେହି ପୁରୁଷ କଏଦୀଙ୍କୁ ଏକ ଫୋନ ଯୋଗାଇଦେବା ସହିତ ସେହି ଫୋନ ନମ୍ବରକୁ ନିଜ ଗୋଡରେ ଟାଟୁ କରିଥିଲେ। ଯାହାଫଳରେ ସେ ନିଜ ପ୍ରେମିକଙ୍କ ସହିତ ଇଛାନୁସାରେ ଯୋଗାଯୋଗ କରିପାରିବେ। ନିକଟରେ ହଲାଣ୍ଡରେ ସେହିଭଳି ଆଉ ଏକ ଘଟଣା ଘଟିଛି। ଜଣେ ମହିଳା ଜଣେ କାରାଦଣ୍ଡ ଭୋଗୁଥିବା ଅପରାଧୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି, ଯେଉଁ କଏଦୀ ଆମେରିକାର ଓରେଗନ କାରାଗାରରୁ ୨୦୩୨ ପୂର୍ବରୁ ମୁକ୍ତ ହେବାର ନାହିଁ। ତେବେ ସେଡନଙ୍କୁ କାରାଗାରରୁ ଖସି ପଳାଇବାରେ ୱିଟିଙ୍ଗହାମ ସହାୟତା କରିଥିବା ଜଣାପଡିବା ପରେ ତାଙ୍କୁ କାରାଦଣ୍ଡାଦେଶ ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories