www.samajalive.in
Sunday, December 7, 2025
26.1 C
Bhubaneswar

ଏସଏମବିଗୁଡିକର ଡିଜିଟାଇଜେସନରେ ଦ୍ରୁତ ଅଭିବୃଦ୍ଧି

ବେଙ୍ଗାଲୁରୁ: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଏସଏମବି କୈନ୍ଦ୍ରିକ ଫିନ୍‍ଟେକ ଷ୍ଟାର୍ଟଅପ ଫ୍ଲୋବିଜ୍‍ ଏହାର ମାସିକ ସକ୍ରିୟ ବ୍ୟବହାରକାରୀରେ ୨୫୦% ଅଭିବୃଦ୍ଧି ହାସଲ କରୁଛି ଏବଂ ଡିଜିଟାଇଜେସନ ଜରିଆରେ ଏସଏମ୍‍ବିଗୁଡିକର ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆଗେଇ ଚାଲିଛି। କମ୍ପାନୀ କ୍ଷୁଦ୍ର ବ୍ୟବସାୟ ସଂସ୍ଥାଗୁଡିକୁ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ପରିଚାଳନାକୁ ଡିଜିଟାଇଜ କରିବା ଦିଗରେ ସମର୍ଥ କରାଇ ଭାରତକୁ ସ୍ୱାବଲମ୍ବୀ କରିବା ଦିଗରେ ମଜଭୁତ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। କୋଭିଡ-୧୯ର ପ୍ରଥମ ଓ ଦ୍ୱିତୀୟ ଲହର କାରଣରୁ ମଝିରେ ମଝିରେ ତାଲାବନ୍ଦ ଲାଗୁ କରାଯିବା ସତ୍ତେ୍ୱ ଫ୍ଲୋବିଜ୍‍ର ମାସିକ ସକ୍ରିୟ ବ୍ୟବହାରକାରୀ ଏବଂ ମାଇଁବିଲ୍‍ବୁକ୍‍ର ଜିଏସଟି ପଞ୍ଜିକୃତ ବ୍ୟବହାରକାରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ମାଇଁବିଲ୍‍ବୁକ କମ୍ପାନୀର ଫ୍ଲାଗସିପ୍‍ ଉତ୍ପାଦ, ଯାହା ଏସଏମବିଗୁଡିକୁ ବିଲିଂ ଏବଂ ଆକାଉଣ୍ଟିଂ କ୍ଷେତ୍ରରେ ସହାୟତା କରୁଛି ଏବଂ ୨୦୨୧ରେ ଏହାର ମୋଟ ୫ ନିୟୁତ ଡାଉନଲୋଡ କରାଯାଇଛି। ଏହି ଷ୍ଟାର୍ଟଅପ୍‍ର ଦେଣନେଣ ବ୍ୟବସାୟ ପରିମାଣରେ ୨୦୦% ବୃଦ୍ଧି ଘଟିଛି ଏବଂ ମାଇଁବିଲ୍‍ବୁକ ଆପ୍‍ରେ ଚଳିତ ବର୍ଷ ଜୁଲାଇ ମାସରେ ଏଥିରେ ୮୮୩ ନିୟୁତ ଆମେରିକୀୟ ଡଲାରରୁ ଅଧିକ ଦେଣନେଣ କରାଯାଇଛି।
ଏହି ଅଭିବୃଦ୍ଧି ସମ୍ପର୍କରେ ପ୍ରକାଶକରି ଫ୍ଲୋବିଜ୍‍ର ପ୍ରତିଷ୍ଠାତା ଏବଂ ସିଇଓ ରାହୁଲ ରାଜ କହିଛନ୍ତି, ବ୍ୟବସାୟ ଡିଜିଟାଲ ରୂପାନ୍ତରଣ ଯାତ୍ରା ପଥରେ ଅଗ୍ରସର ହେଉଥିବାବେଳେ ଏହି ବିଭାଗରେ ବର୍ଦ୍ଧିତ ଚାହିଦା ରହିଛି। କମ୍ପାନୀ ଏସଏମ୍‍ବି ସହଭାଗୀଙ୍କୁ ସେବା ଯୋଗାଇବା ଏବଂ ଏହି ଜଟିଳ ସମୟରେ ଆଗକୁ ବଢିବାରେ ସହାୟତା କରିବାକୁ ପ୍ରୟାସ ତ୍ୱରାନ୍ୱିତ କରୁଛି। ଏହାର ଫ୍ଲାଗସିପ୍‍ ଉତ୍ପାଦ ମାଇଁବିଲ୍‍ବୁକ ବ୍ୟବସାୟ ସଂସ୍ଥାର ମାଲିକମାନଙ୍କୁ ସେମାନଙ୍କ ଇନଭଏସ, ମହଜୁଦ ସାମଗ୍ରୀ ଏବଂ ପ୍ରାପ୍ୟ / ଦେୟ ଆଦି ପରିଚାଳନା କ୍ଷେତ୍ରରେ ସହାୟତା କରିବାକୁ ଡିଜାଇନ କରାଯାଇଛି ଏବଂ ସେହି ସମୟରେ ସେମାନଙ୍କ ମୋବାଇଲ ଫୋନ ମାଧ୍ୟମରେ ପ୍ରତ୍ୟକ୍ଷ ଭାବରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପର ଅନ୍ୟାନ୍ୟ ଦିଗକୁ ସହଜରେ ଡିଜିଟାଇଜ କରୁଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories