www.samajalive.in
Saturday, December 6, 2025
15.1 C
Bhubaneswar

ସାଂସଦଙ୍କ ସହ ସାକ୍ଷାତ ଓ ଆଲୋଚନା କଲେ ୧୫ ଜଣ ସରପଞ୍ଚ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୧୫ ଟି ପଞ୍ଚାୟତର ସରପଞ୍ଚ, ଜଣେ ସମିତି ସଭ୍ୟଙ୍କ ସମେତ ବିଜେଡିର ଆଗଧାଡର କିଛି ନେତା ଭୂବନେଶ୍ବରରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିବା ଜଣାପଡିଛି। ହଠାତ ଏହିପରି ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ସମେତ ଆଗଧାଡିର ନେତାଙ୍କ ସାଂସଦଙ୍କ ସହ ସାକ୍ଷାତକାର ନେଇ ଆଗାମୀ ଦିନରେ ଏଠାରେ କିଛି ରାଜନୈତିକ ହଟ୍ଟଚମଟ ହେବାକୁ ଯାଉଥିବା ଆଭାସ ମିଳୁଥିବା ଆଲୋଚନା ଜୋର ଧରିଛି। ଆଜି ଅପରାହ୍ନରେରେ କରାପଲ୍ଲୀ ସମେତ ରଣ୍ଢା, ରଙ୍ଗେଇଲୁଣ୍ଡା, ବକ୍ସିପଲୀ, ହଳଦିଆପଦର, ପଦ୍ମ ପୁର, ରାଳବ ଓ ଅନ୍ୟାନ୍ୟ ପଞ୍ଚାୟତର ୧୫ ଜଣ ସରପଞ୍ଚ ଓ ଜଣେ ସମିତି ସଭ୍ୟ, ଯୁବ ନେତା ଶୁଭାଶିଷ ସାହୁ, ବାଇରୀ ପାତ୍ର,ଏସ ଧର୍ମ ରାଜ ରେଡ୍ଡୀ ପ୍ରମୁଖ ସାଂସଦଙ୍କୁ ଭେଟି ବ୍ଲକରେ ଦୀର୍ଘ ଦିନର ଧରି ବିଡ଼ିଓ ସମେତ ଅନ୍ୟାନ୍ୟ ପଦବୀ ଫାଙ୍କା ପଡିଥିବା ଯୋଗୁଁ ବିଭିନ୍ନ ଉନ୍ନୟନ ମୂଳକ କାମ ଅଟକି ରହିଥିବା ସହ ବ୍ଲକ ପକ୍ଷରୁ ପୁରୁଣା ବିଲ ମଞ୍ଜୁର କରୁନଥିବା ନେଇ ଅଭିଯୋଗ ଜଣାଇଲେ।

ଏହା ସହ ଅଞ୍ଚଳର ରାଜନୈତିକ ହାଲଚାଲ ନେଇ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ଯେ ଚଳିତ ବିଧାନସଭା ନିର୍ବାଚନରେ ଏହି ଆସନ ବିଜେପି ହାତକୁ ଯାଇଥିବାବେଳେ ଲଗାତର ୩ ଥର ଏଠାକାର ବିଧାୟକ ସହ ଚଳିତ ନିର୍ବାଚନରେ ବ୍ରହ୍ମପୁର ସାଂସଦ ଭାବେ ଡ଼ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି। ନିର୍ବାଚନ ପରେ ଗୋପାଳପୁରରେ ବିଜେଡିର ଦବଦବା ଦିନକୁ ଦିନ ହ୍ରାସ ପାଉଥିବାବେଳେ ଏଠାରେ ରହିଥିବା କର୍ମୀ ଓ ନେତାମାନେ ମଧ୍ୟ କାହାର ହାତଧରି ଆଗକୁ ଯିବେ ସନ୍ଦେହରେ ରହି ଯାଇଛନ୍ତି। ଏପରି ସ୍ଥିତିରେ ହଠାତ ସରପଞ୍ଚ ଓ ବିଜେଡିର ଆଗଧାଡିର ନେତାଙ୍କ ସାଂସଦଙ୍କ ସହ ସାକ୍ଷାତକାର ଆଲୋଚନାର ବିଷୟ ପାଲଟିଥିବାବେଳେ ରାଜନୈତିକ ସମୀକରଣ ମଧ୍ୟ ବଦଳିପାରେ ବୋଲି ଆଲୋଚନା ଜୋର ଧରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories