www.samajalive.in
Sunday, December 14, 2025
19.1 C
Bhubaneswar

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଘ ପକ୍ଷରୁ ମହାସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ଵର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଘ ପକ୍ଷରୁ ରେଲୱେ ଅଡିଟୋରିୟମ ହଲ୍‌ ଠାରେ ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଥିବା ସରକାରୀ ହାଇସ୍କୁଲ ଭଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବିରେ ରେଲୱେ ଅଡିଟୋରିୟମ ହଲ୍ ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ କର୍ମଚାରୀଙ୍କ ନ୍ୟାୟ ସଙ୍ଗତ ଦାବି ଓ ଦୀର୍ଘଦିନ ଧରି ଅପେକ୍ଷିତ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ରାଜ୍ୟ ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ନିମ୍ନଲିଖିତ ୧୩ ଟି ମୁଖ୍ୟ ଦାବିପତ୍ର ସହିତ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ସେହି ଦାବିଗୁଡିକୁ ହେଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ମାନଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଥିବା ସରକାରୀ ହାଇସ୍କୁଲଙ୍କ କର୍ମଚାରୀଙ୍କ ଭଳି ସରକାରୀ ମାନ୍ୟତା ଦାବି ଏବଂ ଏଚରାମେସ୍ ଆଡି ଖୋଲିବା , ସମସ୍ତ କର୍ମଚାରୀଙ୍କୁ ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦାବି, ସମାନ କାମକୁ ସମାନ ଦରମା, ପିଇଟି, ମ୍ୟୁଜିକ ଓ କମ୍ପ୍ୟୁଟର ଶିକ୍ଷକଙ୍କୁ ଅନ୍ୟ କର୍ମଚାରୀଙ୍କ ପରି ୪୬୦୦ ଗ୍ରେଡ ପେ ପ୍ରଦାନ , ପ୍ରତ୍ୟେକ ଓଏଭିରେ ପିଜିଟ୍ ଓଡ଼ିଆ ପୋଷ୍ଟିଁ ଦେବା ସହିତ ହିନ୍ଦୀ ଓ ସଂସ୍କୃତ ରେ ପିଜିଟ୍ ପୋଷ୍ଟ ତିଆରି କରିବା , ପ୍ରତ୍ୟେକ ଓଏଭିକୁ ପି.ଏମ.ଶ୍ରୀ ସ୍କୁଲ ମାନ୍ୟତା ଦାବି, ପ୍ରତ୍ୟେକ ଓଏଭି ରେ ଆଟର୍ସ ଷ୍ଟିମ୍ ଖୋଲିବା, ପ୍ରତ୍ୟେକ ଓଏଭି ରେ ଓଏଭି କର୍ମଚାରୀ ପିଲାଙ୍କ ସିଟ୍ ପାଇଁ ସଂରକ୍ଷଣ କରିବା , ଆଦର୍ଶ ବିଦ୍ୟାଳୟର କାର୍ଯ୍ୟରତ ସମସ୍ତ ବର୍ଗ ର କର୍ମଚାରୀମାନଙ୍କର ଏବଂ ପ୍ରିନିସପାଲ୍ ମାନଙ୍କର ପଦୋନ୍ନତି ବ୍ୟବସ୍ଥା କୁ ନିୟମିତ କରିବା।

- Advertisement -

ଏହି ମହାସମାବେଶ ରେ ପ୍ରତ୍ୟେକ ଜିଲ୍ଲାରୁ, ପ୍ରତ୍ୟେକ ବ୍ଲକ ଓଏଭି ରୁ ୧୫୦୦ ରୁ ଅଧିକ କର୍ମଚାରୀ ସହ ଜିତିଥିବା ପୋଟଫୋଲିଓ ମେମ୍ବର, ଇବି ମେମ୍ବର,ଏସ୍ ଆର୍ ମେମ୍ବର ମାନେ ମଧ୍ୟ ଯୋଗ ଦେଇ ଉତ୍ସାହିତ କରିଥିଲେ। ଏହି ସଭାରେ ସଭାପତି ରିପୁ ଦମନ ସୋରଭ ମିଶ୍ର ଓ ସାଧାରଣ ସମ୍ପାଦକ ଶୁଭାଶିଷ ଦାଶ୍ କହିଲେ ଯେ ସରକାର ଯଦି ୧୩ଟି ଦାବି ୧୫ ଦିନ ଭିତରେ ନ ଶୁଣନ୍ତି ତାହା ହେଲେ ଆଗମୀ ଦିନରେ ଶାନ୍ତି ପୂର୍ଣ୍ଣ ଭାବେ ମହାଆନ୍ଦୋଳନ ହେବ। ସଂଘ ର ସଭାପତି ରିପୁ ଦମନ ସୋରଭ ମିଶ୍ର କହିଥିଲେ ଯେ ଏହି ସମସ୍ତ ଦାବି ହେଉଛି ଶିକ୍ଷାର ଗୁଣାବତ୍ତା, କର୍ମଚାରୀଙ୍କ ନ୍ୟାୟ ଓ ଓଏଭି ପରିବାରର ସମଗ୍ର ଉନ୍ନତି ପାଇଁ ଅତି ଆବଶ୍ୟକ।
ରାଜ୍ୟ ସରକାର ଶୀଘ୍ର ପ୍ରୟୋଜନୀୟ କ୍ଷେତ୍ରରେ ସ୍ୱୀକୃତି ଓ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏହା ଆମ ଦୃଢ଼ ଆହ୍ବାନ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories