www.samajalive.in
Wednesday, December 10, 2025
14.1 C
Bhubaneswar

୧୩ ଦଫା ଦାବିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଘର ମହାସମ୍ମିଳନୀ

ସମାଜଲାଇଭ ଡେସ୍କ: ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଥିବା ସରକାରୀ ହାଇସ୍କୁଲ ଭଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବିରେ ରେଲୱେ ଅଡିଟୋରିୟମ ହଲ୍ଠାରେ ରବିବାର ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ କର୍ମଚାରୀଙ୍କ ନ୍ୟାୟ ସଙ୍ଗତ ଦାବି ଓ ଦୀର୍ଘଦିନ ଧରି ଅପେକ୍ଷିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ରାଜ୍ୟ ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ୧୩ଟି ଦାବି ସମ୍ବଳିତ ପତ୍ର ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହି ଦାବିଗୁଡିକୁ ହେଲା:-

୧- ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀମାନଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଥିବା ସରକାରୀ ହାଇସ୍କୁଲଙ୍କ କର୍ମଚାରୀଙ୍କ ଭଳି ସରକାରୀ ମାନ୍ୟତା।

- Advertisement -

୨- ସମସ୍ତ କର୍ମଚାରୀଙ୍କୁ ୟୁନିଫର୍ମ କ୍ୟାଡର ମାନ୍ୟତା।

୩- ସମାନ କାମକୁ ସମାନ ଦରମା। ପିଇଟି, ମ୍ୟୁଜିକ ଓ କମ୍ପ୍ୟୁଟର ଶିକ୍ଷକଙ୍କୁ ଅନ୍ୟ କର୍ମଚାରୀଙ୍କ ପରି ୪୬୦୦ ଗ୍ରେଡ ପେ ପ୍ରଦାନ।

୪- ପ୍ରତ୍ୟେକ ଓଏଭିରେ ପିଜିଟି ଓଡ଼ିଆ ପୋଷ୍ଟ ଦେବା ସହିତ ହିନ୍ଦୀ ଓ ସଂସ୍କୃତରେ ପିଜିଟି ପୋଷ୍ଟ ତିଆରି କରିବା।

୫- ପ୍ରତ୍ୟେକ ଓଏଭିକୁ ପିଏମଶ୍ରୀ ସ୍କୁଲ ମାନ୍ୟତା ଦାବି।

୬- ପ୍ରତ୍ୟେକ ଓଏଭିରେ କଳା ବିଭାଗ ଖୋଲିବା।

୭- ପ୍ରତ୍ୟେକ ଓଏଭିରେ ଓଏଭି କର୍ମଚାରୀ ପିଲାଙ୍କ ସିଟ୍ ପାଇଁ ସଂରକ୍ଷଣ କରିବା।

୮- ଆଦର୍ଶ ବିଦ୍ୟାଳୟର କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀମାନଙ୍କର ଏବଂ ପ୍ରିନିସପାଲମାନଙ୍କର ପଦୋନ୍ନତି ବ୍ୟବସ୍ଥାକୁ ନିୟମିତ କରିବା।

୯- ପ୍ରତ୍ୟେକ ଓଏଭିରେ କିରାଣୀ ପଦ ସୃଷ୍ଟି ହେବା ତଥା ଆଗରୁ ଥିବା କିଛି କିରାଣୀ କର୍ମଚାରୀକୁ ନିୟମିତ କରିବା।

୧୦- ଓଏଭି ଛାତ୍ରଛାତ୍ରୀମାନଙ୍କୁ ନିଟ୍ ଓ ଜେଇଇ ପରୀକ୍ଷାରେ ୧୫% ସଂରକ୍ଷଣ ଦେବା ସହ ଏନ୍ଏମଏସ୍ ପରୀକ୍ଷାକୁ ଓଏଭିରେ ସାମିଲ କରିବା।

୧୧- ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକଙ୍କର ପୂର୍ବ ସେବା ଅବଧିକୁ ବର୍ତ୍ତମାନ ସେବାରେ ମିଶାଇବା ଓ ପୂର୍ବରୁ ଆଦର୍ଶ ବିଦ୍ୟାଳୟ ଟିଜିଟ୍ ଭାବେ କାମ କରି ପୁନର୍ବାର ପିଜିଟି ଭାବେ ଯୋଗଦେବା ଶିକ୍ଷକମାନଙ୍କୁ ଚାକିରି ଓ ଦରମାରେ ସୁରକ୍ଷା ପ୍ରଦାନ।

୧୨- ଆର୍ଟ ଶିକ୍ଷକ ପୋଷ୍ଟକୁ ଟିଜିଟି ଆର୍ଟ ମାନ୍ୟତା ଦେବା।

୧୩- ରିହାବିଲିଟେସନ ଏବଂ ଡେଥ୍ ଗ୍ରାଚୁଇଟିକୁ ଅଗ୍ରାଧିକାର ଦେବା।

୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଶାନ୍ତିପୂର୍ଣ୍ଣ ଭାବେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସଭାପତି ରିପୁ ଦମନ ସୋରଭ ମିଶ୍ର ଓ ସାଧାରଣ ସମ୍ପାଦକ ଶୁଭାଶିଷ ଦାଶ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories