www.samajalive.in
Sunday, December 7, 2025
23.1 C
Bhubaneswar

୧୩ ଦଫା ଦାବିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଘର ମହାସମ୍ମିଳନୀ

ସମାଜଲାଇଭ ଡେସ୍କ: ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଥିବା ସରକାରୀ ହାଇସ୍କୁଲ ଭଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବିରେ ରେଲୱେ ଅଡିଟୋରିୟମ ହଲ୍ଠାରେ ରବିବାର ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ କର୍ମଚାରୀଙ୍କ ନ୍ୟାୟ ସଙ୍ଗତ ଦାବି ଓ ଦୀର୍ଘଦିନ ଧରି ଅପେକ୍ଷିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ରାଜ୍ୟ ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ୧୩ଟି ଦାବି ସମ୍ବଳିତ ପତ୍ର ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହି ଦାବିଗୁଡିକୁ ହେଲା:-

୧- ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀମାନଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଥିବା ସରକାରୀ ହାଇସ୍କୁଲଙ୍କ କର୍ମଚାରୀଙ୍କ ଭଳି ସରକାରୀ ମାନ୍ୟତା।

- Advertisement -

୨- ସମସ୍ତ କର୍ମଚାରୀଙ୍କୁ ୟୁନିଫର୍ମ କ୍ୟାଡର ମାନ୍ୟତା।

୩- ସମାନ କାମକୁ ସମାନ ଦରମା। ପିଇଟି, ମ୍ୟୁଜିକ ଓ କମ୍ପ୍ୟୁଟର ଶିକ୍ଷକଙ୍କୁ ଅନ୍ୟ କର୍ମଚାରୀଙ୍କ ପରି ୪୬୦୦ ଗ୍ରେଡ ପେ ପ୍ରଦାନ।

୪- ପ୍ରତ୍ୟେକ ଓଏଭିରେ ପିଜିଟି ଓଡ଼ିଆ ପୋଷ୍ଟ ଦେବା ସହିତ ହିନ୍ଦୀ ଓ ସଂସ୍କୃତରେ ପିଜିଟି ପୋଷ୍ଟ ତିଆରି କରିବା।

୫- ପ୍ରତ୍ୟେକ ଓଏଭିକୁ ପିଏମଶ୍ରୀ ସ୍କୁଲ ମାନ୍ୟତା ଦାବି।

୬- ପ୍ରତ୍ୟେକ ଓଏଭିରେ କଳା ବିଭାଗ ଖୋଲିବା।

୭- ପ୍ରତ୍ୟେକ ଓଏଭିରେ ଓଏଭି କର୍ମଚାରୀ ପିଲାଙ୍କ ସିଟ୍ ପାଇଁ ସଂରକ୍ଷଣ କରିବା।

୮- ଆଦର୍ଶ ବିଦ୍ୟାଳୟର କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀମାନଙ୍କର ଏବଂ ପ୍ରିନିସପାଲମାନଙ୍କର ପଦୋନ୍ନତି ବ୍ୟବସ୍ଥାକୁ ନିୟମିତ କରିବା।

୯- ପ୍ରତ୍ୟେକ ଓଏଭିରେ କିରାଣୀ ପଦ ସୃଷ୍ଟି ହେବା ତଥା ଆଗରୁ ଥିବା କିଛି କିରାଣୀ କର୍ମଚାରୀକୁ ନିୟମିତ କରିବା।

୧୦- ଓଏଭି ଛାତ୍ରଛାତ୍ରୀମାନଙ୍କୁ ନିଟ୍ ଓ ଜେଇଇ ପରୀକ୍ଷାରେ ୧୫% ସଂରକ୍ଷଣ ଦେବା ସହ ଏନ୍ଏମଏସ୍ ପରୀକ୍ଷାକୁ ଓଏଭିରେ ସାମିଲ କରିବା।

୧୧- ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକଙ୍କର ପୂର୍ବ ସେବା ଅବଧିକୁ ବର୍ତ୍ତମାନ ସେବାରେ ମିଶାଇବା ଓ ପୂର୍ବରୁ ଆଦର୍ଶ ବିଦ୍ୟାଳୟ ଟିଜିଟ୍ ଭାବେ କାମ କରି ପୁନର୍ବାର ପିଜିଟି ଭାବେ ଯୋଗଦେବା ଶିକ୍ଷକମାନଙ୍କୁ ଚାକିରି ଓ ଦରମାରେ ସୁରକ୍ଷା ପ୍ରଦାନ।

୧୨- ଆର୍ଟ ଶିକ୍ଷକ ପୋଷ୍ଟକୁ ଟିଜିଟି ଆର୍ଟ ମାନ୍ୟତା ଦେବା।

୧୩- ରିହାବିଲିଟେସନ ଏବଂ ଡେଥ୍ ଗ୍ରାଚୁଇଟିକୁ ଅଗ୍ରାଧିକାର ଦେବା।

୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଶାନ୍ତିପୂର୍ଣ୍ଣ ଭାବେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସଭାପତି ରିପୁ ଦମନ ସୋରଭ ମିଶ୍ର ଓ ସାଧାରଣ ସମ୍ପାଦକ ଶୁଭାଶିଷ ଦାଶ କହିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories