www.samajalive.in
Friday, December 5, 2025
20.1 C
Bhubaneswar

ହାତୀ ଲଢେଇ ଫଟୋ ଉଠାଇବାବେ​‌ଳେ ଦଳିଦେଲା ଦନ୍ତା

ରାଉରକେଲା:ରାଉରକେଲା ଲାଠିକଟା ବ୍ଲକ ଏରଗଡାର ତଳି ଗାଁରେ ଯୁବକଙ୍କୁ ଦଳି ଦେଲା ଦନ୍ତା। ମୃତକ ମାଙ୍ଗରା କୁଜୁର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ରାମଯୋଡି , ଅସୁରଛାପଲ, ଅଟାଘାଟ ଜଙ୍ଗଲରେ ୩୫ଟିକିଆ ହାତୀ ପଲରୁ ବାହାରି ଆସି ଦୁଇ ଦନ୍ତା ଏରଗଡା ଗାଁ ମୁଣ୍ଡରେ ଥିବା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ । ହାତୀପଲଙ୍କୁ ଟ୍ରାକ କରୁଥିବା ବନବିଭାଗ କର୍ମଚାରୀମାନେ ଡ଼ାକବାଜି ଯନ୍ତ୍ର ଯୋଗେ ଗାଁ ଲୋକମାନଙ୍କୁ ହାତୀ ଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦେଇଥିଲେ ।

କିନ୍ତୁ ଗାଁ ଲୋକେ ଫଟୋ ଉଠାଇବା ପାଇଁ ହାତୀଙ୍କ ନିକଟକୁ ଚାଲିଆସୁଥିଲେ । ଲଢେଇ ଲାଗୁଥିବା ଦୁଇ ଉତ୍ତ୍ୟକ୍ତ ହାତୀଙ୍କ ମଧ୍ୟରୁ ଗୋଟିଏ ହାତୀ ହଠାତ୍ ମାଡ଼ି ଆସି ମାଙ୍ଗରା କୁଜୁରଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ଗୁରୁତର ମାଙ୍ଗ୍ରା କୁଜୁରକୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ଧ୍ୟାରେ ହାତୀ ଦୁଇଟିଙ୍କୁ ନିକଟସ୍ଥ ଜଙ୍ଗଲକୁ ଘଉଡ଼ାଇବାକୁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories