www.samajalive.in
Monday, December 15, 2025
24.1 C
Bhubaneswar

ହାତୀ ଲଢେଇ ଫଟୋ ଉଠାଇବାବେ​‌ଳେ ଦଳିଦେଲା ଦନ୍ତା

ରାଉରକେଲା:ରାଉରକେଲା ଲାଠିକଟା ବ୍ଲକ ଏରଗଡାର ତଳି ଗାଁରେ ଯୁବକଙ୍କୁ ଦଳି ଦେଲା ଦନ୍ତା। ମୃତକ ମାଙ୍ଗରା କୁଜୁର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ରାମଯୋଡି , ଅସୁରଛାପଲ, ଅଟାଘାଟ ଜଙ୍ଗଲରେ ୩୫ଟିକିଆ ହାତୀ ପଲରୁ ବାହାରି ଆସି ଦୁଇ ଦନ୍ତା ଏରଗଡା ଗାଁ ମୁଣ୍ଡରେ ଥିବା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ । ହାତୀପଲଙ୍କୁ ଟ୍ରାକ କରୁଥିବା ବନବିଭାଗ କର୍ମଚାରୀମାନେ ଡ଼ାକବାଜି ଯନ୍ତ୍ର ଯୋଗେ ଗାଁ ଲୋକମାନଙ୍କୁ ହାତୀ ଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦେଇଥିଲେ ।

କିନ୍ତୁ ଗାଁ ଲୋକେ ଫଟୋ ଉଠାଇବା ପାଇଁ ହାତୀଙ୍କ ନିକଟକୁ ଚାଲିଆସୁଥିଲେ । ଲଢେଇ ଲାଗୁଥିବା ଦୁଇ ଉତ୍ତ୍ୟକ୍ତ ହାତୀଙ୍କ ମଧ୍ୟରୁ ଗୋଟିଏ ହାତୀ ହଠାତ୍ ମାଡ଼ି ଆସି ମାଙ୍ଗରା କୁଜୁରଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ଗୁରୁତର ମାଙ୍ଗ୍ରା କୁଜୁରକୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ଧ୍ୟାରେ ହାତୀ ଦୁଇଟିଙ୍କୁ ନିକଟସ୍ଥ ଜଙ୍ଗଲକୁ ଘଉଡ଼ାଇବାକୁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories