www.samajalive.in
Monday, December 15, 2025
27.1 C
Bhubaneswar

ବିଜେଡ଼ି ଛାଡି ବିଜେପିରେ ମିଶିଲେ ପୌରାଧ୍ୟକ୍ଷଙ୍କ ସହ ୧୩ କାଉନସିଲର

ସମାଜ ଲାଇଭ ଡ଼େସ୍କ : ବିଜେପିରେ ଯୋଗଦେଲେ ତାଳଚେର ପୌରାଧ୍ୟକ୍ଷ । ଦୁଇଦିନ ତଳେ ବିଜେଡ଼ିରୁ ଇସ୍ତଫା ଦେଇଥିବା ତାଳଚେର ପୌର ପରିଷଦ ଅଧ୍ୟକ୍ଷ ପବିତ୍ର ଭୂତିଆ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଭୁତିଆଙ୍କ ସମେତ ବିଜେଡ଼ିରୁ ଇସ୍ତଫା ଦେଇଥିବା ୧୩ ଜଣ କାଉନସିଲର ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି । ବିଜେପିରେ ଯୋଗ ଦେଇ ପୌରାଧ୍ୟକ୍ଷ ଶ୍ରୀ ଭୁତିଆ କହିଛନ୍ତି, ବିଜେଡି ନେତାମାନଙ୍କ ଅଣଦେଖା ଓ ଅବହେଳା କାରଣରୁ ସ୍ଥାନୀୟ ଅଂଚଳର ବିକାଶ ବାଧାପ୍ରାପ୍ତ ହୋଇଛି । ବିଜେଡି ଲୋକଙ୍କୁ ଧୋକା ଦେଇଛି । ବିଜେପିର ଡବଲଇଞ୍ଜିନ ସରକାର ଗୋଟିଏ ପରେ ଗୋଟିଏ ବିକାଶମୂଳକ କାର୍ଯ୍ୟ କରିଚାଲିଛି । ତାଳଚେରର ସ୍ୱାର୍ଥ ଏବଂ ବିକାଶ ପାଇଁ ବିଜେପିରେ ସାମିଲ ହେଲୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଛୁ ବୋଲି ଶ୍ରୀ ଭୁତିଆ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି । ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ଢେଙ୍କାନାଳ ସାଂସଦ ରୁଦ୍ର ପାଣି, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଶୋକ ମହାନ୍ତି, ଅଗସ୍ତି ବେହେରା, ବିଭୁତି ଭୂଷଣ ପ୍ରଧାନ, ସୀମାରାଣୀ ନାୟକ, ଶତ୍ରୁଘନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories