www.samajalive.in
Wednesday, December 10, 2025
23.1 C
Bhubaneswar

‘ଧୁରନ୍ଧର’ର ରିଲିଜ ଉପରେ ସ୍ଥଗିତାଦେଶ ଦାବି

ମୁମ୍ୱାଇ : ନିଜ ଆକ୍ସନ ସିନେମା ପାଇଁ ସେ ବେଶ ଜଣାଶୁଣା । ରଣବୀର ସିଂହ ନିଜର ଆଗାମୀ ସିନେମା ‘ଧୁରନ୍ଧର’କୁ ନେଇ ଚର୍ଚ୍ଚାରେ । ପ୍ରଶଂସକ ଏହି ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ଫିଲ୍ମ ୫ ଡିସେମ୍ୱରରେ ରିଲିଜ ହେବାକୁ ଯାଉଛି। ହେଲେ ରିଲିଜ୍ ପୂର୍ବରୁ ଫିଲ୍ମରେ ରୋକ୍ ଲାଗିବାକୁ ଉଠିଛି ସ୍ୱର। ଫିଲ୍ମର ରିଲିଜ୍ ଉପରେ ରୋକ୍କୁ ନେଇ ସହିଦ ମେଜର ମୋହିତ ଶର୍ମାଙ୍କ ମାତା-ପିତା ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ବାର୍ ଆଣ୍ଡି ବେଞ୍ଚର ରିପୋର୍ଟ ମୁତାବିକ , ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ ଓ ସେନା ମେଡାଲ ପୁରସ୍କାର ପ୍ରାପ୍ତ ସହିଦ ମେଜର ମୋହିତ ଶର୍ମାଙ୍କ ମାତା-ପିତା ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କରି ଫିଲ୍ମର ରିଲିଜ ଉପରେ ରୋକ୍ ଲଗେଇବାକୁ ଦାବି କରିଛନ୍ତି।

- Advertisement -

ନିଜର ପିଟିସନରେ ପରିବାର ଅଭିଯୋଗ ଲଗେଇଛି ଯେ, ଫିଲ୍ମର କାହାଣୀ ସ୍ପେଶାଲ ଫୋର୍ସର ଅଧିକାରୀ (ସହିଦ ମେଜର ମୋହିତ ଶର୍ମା)ଙ୍କ ଜୀବନ, ସିକ୍ରେଟ୍ ଅପରେସନ ଓ ସହିଦତା ଦ୍ୱାରା ପ୍ରେରିତ ବୋଲି ମନେହୁଏ ଏବଂ ଫିଲ୍ମ ତିଆରି ପାଇଁ ଭାରତୀୟ ସେନା କିମ୍ୱା ମେଜର ଶର୍ମାଙ୍କ ପରିବାର ଠାରୁ ଅନୁମତି ନିଆ ଯାଇ ନାହିଁ। ମେଜର ଶର୍ମାଙ୍କ ପରିବାରର ଯୁକ୍ତି ଏହା ଯେ, ମିଡ଼ିଆରେ ‘ଧୁରନ୍ଧର’କୁ ମେଜର ଶର୍ମାଙ୍କ କାହାଣୀ ସହ ଲିଙ୍କ୍ କରାଯାଉଛି, କିନ୍ତୁ ଫିଲ୍ମମେକରମାନେ ଏହି ଜିନିଷକୁ ସ୍ୱୀକାର କରି ନାହାନ୍ତି କି, କୌଣସି ବି ପଏଣ୍ଟ ଉପରେ ପରିବାର ସହ କନସଲ୍ଟ କରି ନାହାନ୍ତି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories