www.samajalive.in
Friday, December 5, 2025
23.1 C
Bhubaneswar

ପାକିସ୍ତାନକୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ

ସମାଜ ଲାଇଭ୍ ଡେସ୍କ :  ପାକିସ୍ତାନକୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ । ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ । ପାକିସ୍ତାନକୁ ଇଙ୍ଗିତ କରି ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ଏକ ଟ୍ରେଲର ଥିଲା ପୁରା ଫିଲ୍ମ ବାକି ଅଛି । ପହଲଗାମ ଆତଙ୍କୀ ଘଟଣାର ଜବାବ ଦେବାକୁ ଯାଇ ଭାରତ ପାକିସ୍ତାନର ଆତଙ୍କି ଆଡ଼ା ବିରୁଦ୍ଧରେ ଅପରେସନ ସିନ୍ଦୂର ର ଆରମ୍ଭ କରିଥିଲା । ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଅନେକ ଆତଙ୍କି ଆଡ଼ା ଧ୍ବଂସ କରିଥିଲା ଭାରତ । ଏହାର ଉଦାହାରଣ ଦେଇ ଜେନେରାଲ ଦ୍ଵିବେଦୀ କହିଛନ୍ତି ଯେ ୮୮ଘଣ୍ଟାର ଅପରେସନ ସିନ୍ଦୂର କେବଳ ଟ୍ରେଲର ଥିଲା । ଯଦି କେହି ଆତଙ୍କୀଙ୍କୁ ପ୍ରୋତ୍ସାହିତ କରେ ତେବେ କଡ଼ା ଜବାବ ଦେବୁ । ଭାରତୀୟ ସେନା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପୁରା ପ୍ରସ୍ତୁତ ଅଛି । ଯଦି ପାକିସ୍ତାନ ସୁଯୋଗ ଦିଏ ତେବେ ପଡ଼ୋଶୀକୁ କିପରି ବ୍ୟବହାର କରାଯାଏ ଶିକ୍ଷା ଦେବୁ ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories