www.samajalive.in
Wednesday, December 10, 2025
15.1 C
Bhubaneswar

ଜୟଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ମା’

ନୂଆପଡ଼ା: ମା’ଙ୍କ ଆଶୀର୍ବାଦରୁ ବାଜିମାତ କରିବେ ଜୟ ଢୋଲକିଆ। ବୁଧବାର ନୂଆପଡ଼ା ସଦର ବ୍ଲକ ଜିଲ୍ଲା ପରିଷଦ ଜୋନ ୭ରେ ଜୟଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ତାଙ୍କ ମା’ ତଥା ସ୍ବର୍ଗତ ରାଜୁ ଢୋଲକିଆଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ। ସେ ଜୋନ ୭ର ଗାଁକୁ ଗାଁ ବୁଲି ଜୟଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

ଏହି ଅବସରରେ ସେ ପ୍ରତିକ୍ରିୟା ଦେଇ କହିଥିଲେ, ତାଙ୍କ ସ୍ଵାମୀ ସ୍ବର୍ଗତ ରାଜୁ ଢୋଲକିଆଙ୍କ ସେବା କାର୍ଯ୍ୟକୁ ଜୟ ଆଗକୁ ନେବ। ସେଥିପାଇଁ ସେ ନିର୍ବାଚନରେ ଛିଡ଼ା ହୋଇଛି। ଲୋକଙ୍କ ଆଶୀର୍ବାଦରୁ ବିଜୟ ସୁନିଶ୍ଚିତ ହେବ ବୋଲି ସେ କହିଥିଲେ। ଏହି ଅବସରରେ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ସାରବଙ୍ଗ ସମିତି ସଭ୍ୟ ଜାଗୃତି ସାହୁ ଆମାନାରା ସମିତି ସଭ୍ୟ ନୂତନ ସାହୁ, ରଚନା ଜୈନ, ଧନୀ ରାମ ସାହୁ, ଚନ୍ଦ୍ରକାନ୍ତ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories