ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ

ଆଠଗଡ : ଆଠଗଡର ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜରେ ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ପୌରୋହିତ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏହି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଶିଶିର କୁମାର ଉଦୟସିଂହ ଏବଂ  ମୁଖ୍ୟବକ୍ତା ରୂପେ ନୂଆପାଟଣାସ୍ଥିତ ଚୈତନ୍ୟ ସାହୁ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ବିଜୟ କୁମାର ମିଶ୍ର ଯୋଗଦେଇ ଭାରତୀୟ ସମ୍ବିଧାନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଅତିଥି ଦ୍ୱୟ ସମ୍ବିଧାନ କ’ଣ ଏବଂ ସ୍ୱାଧୀନତା ପରେ ସମ୍ବିଧାନ କିପରି ପ୍ରସ୍ତୁତ ହେଲା, ଦେଶରେ ଗଣତନ୍ତ୍ର ପ୍ରତିଷ୍ଠାରେ ସମ୍ବିଧାନର ଭୂମିକା ଏବଂ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ଯ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ ।

prayash

ଅଧ୍ୟାପିକା ବବିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ମହାପାତ୍ର ସମ୍ବିଧାନ ପ୍ରସ୍ତୁତିରେ ବାବାସାହେବ ଡ.ଭୀମରାଓ ଆମ୍ବେଦକର ଭୂମିକା ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ବିଧାନ ଦିବସ ଉପଲକ୍ଷେ ଛାତ୍ରୀମାନେ ସମବେତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ ।  ଏହି ଅବସରରେ ଆୟୋଜିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରୀମାନଙ୍କ ଦ୍ବାରା ଦେଶଭକ୍ତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସମ୍ବିଧାନର ସୁରକ୍ଷା ଏହାର ଅନୁପାଳନ ନିମନ୍ତେ ସମସ୍ତ ଛାତ୍ରୀ, ଅଧ୍ୟାପିକା ଓ କର୍ମଚାରୀ ସାମୁହିକ ଶପଥ ପାଠ କରିଥିଲେ। ଶେଷରେ ଅଧ୍ୟାପିକା ଶୁଭସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

kalyan agarbati

Comments are closed.