www.samajalive.in
Saturday, December 6, 2025
23.1 C
Bhubaneswar

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ

ସମାଜ ଡିଜିଟାଲ ଡେସ୍କ: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଛି। ହିମାଂଶୁ ନିଜ ଗାଡ଼ିରେ ଡିଡିଏମଙ୍କ ଅଫିସକୁ ବୈଠକ ପାଇଁ ଯାଉଥିବାବେଳେ ଯାଜପୁରର ବୁଢ଼ାପୋଲ ନିକଟରେ ତାଙ୍କୁ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ହିମାଂଶୁ ପୁଲିସ ନିକଟରେ କରିଥିବା ଅଭିଯୋଗ ଅନୁସାରେ, ରାସ୍ତା ବନ୍ଦ ଯୋଗୁ ତାଙ୍କ ଗାଡ଼ି ଅଟକିଥିଲା। ଏହି ସମୟରେ କିଛି ଲୋକ ମାଡ଼ି ଆସି ତାଙ୍କ ଗାଡ଼ିକୁ ରଡ୍‌ ଏବଂ ଠେଙ୍ଗାରେ ପିଟିଥିଲେ। ତାଙ୍କ ମାଡ଼ ମାରି ତାଙ୍କ ବେକରୁ ସୁନା ଚେନ ଛଡ଼ାଇ ନେଇଥିଲେ। ଆକ୍ରମଣ ସମୟରେ ଅଭିଯୁକ୍ତମାନେ ବବି ଭାଇ ଜିନ୍ଦାବାଦ ବୋଲି କହିଥିଲେ। ତୁରନ୍ତୁ ଏଠାରୁ ପଳା, ନଚେତ ଜୀବନରୁ ମାରିଦେବୁ ବୋଲି କହିଥିଲେ।

ତେବେ ଏହାକୁ ଖଣ୍ଡନ କରିଛନ୍ତି ପୂର୍ବତନ ବିଧାୟକ ବବି ଦାସ। ଘଟଣା ସମୟ​‌ରେ ସେ ଉପସ୍ଥିତ ନ ଥିବା କହିଛନ୍ତି। ତେବେ ଘଟଣା ପ୍ରତିବାଦରେ ବିଜେପି କର୍ମୀମାନେ ଘଟଣାସ୍ଥଳରେ ରାସ୍ତାରୋକୋ କରିଥିଲେ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories