www.samajalive.in
Sunday, December 7, 2025
26.1 C
Bhubaneswar

୭୧ତମ ସମବାୟ ସପ୍ତାହ ପାଳିତ

ଫୁଲବାଣୀ: ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ଜିଲା ସମବାୟ ସଂଘର ୭୧ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ ଜିଲ୍ଲାରେ ଅଧିକ ସମବାୟ ଅନୁଷ୍ଠାନ ଗଠନ କରି ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶ ଭଳି ସଶକ୍ତିକରଣ କରିବାକୁ ପରାମର୍ଶ ଦେଇଥିଲା ବେଳେ ସଂଘର ସଭାନେତ୍ରୀ ସୁପ୍ରଭା ନାୟକ ସଭାପତିତ୍ୱ କରିଥିଲେ। ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ବୌଦ୍ଧ ସମବାୟ ବ୍ୟାଙ୍କ ସଭାପତି ଅରୁଣ କୁମାର ପ୍ରଧାନ, ଡିଆରସିଏସ ତୃପ୍ତି କଲ୍ୟାଣ ସେଠୀ, ନାବାର୍ଡ ଡିଡିଏମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମବାୟ ଆନ୍ଦୋଳନକୁ ଜିଲାରେ ମଜଭୂତ କରିବାକୁ ଆହ୍ୱାନ ଦେଇଥିଲେ। ଜିଲା ସମବାୟ ସଂଘର ୧୨ଜଣ ପରିଚାଳନା ନିର୍ଦ୍ଦେଶକ ଓ ବିଭିନ୍ନ ଲ୍ୟାମ୍ପସ ଚାଷୀ ଭାଇ ମାନେ ଯୋଗ ଦେଇଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories