www.samajalive.in
Saturday, December 13, 2025
15.1 C
Bhubaneswar

୨୯ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ଜି.ଉଦୟଗିରି : ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସଭା ଗୃହରେ ଆଜି ୨୯ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜି.ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ.ନାରାୟଣ ବାରଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଡ.ବିପିନ କୁମାର ପ୍ରଧାନ, ଉପ ନିର୍ଦ୍ଦେଶକ ସମ୍ପ୍ରସାରଣ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଯୋଗଦେଇ ପୂର୍ବରୁ ନିଷ୍ପତ୍ତି ହୋଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଆସନ୍ତା ବର୍ଷ ନିମନ୍ତେ କାର୍ଯ୍ୟକ୍ରମ ଖସଡା ଉପରେ ଉପସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସହ ସଂସ୍ଳିଷ୍ଟ ବିଭାଗ ସହ ଆଲୋଚନା କରିଥିଲେ।

ଏଥି ସହିତ କନ୍ଧମାଳ ଜିଲା ଏକ ଶୁଷ୍କ ଅଞ୍ଚଳ ହୋଇଥିବାରୁ ଏଠି ମସଲା ଜାତୀୟ ଫସଲର ଉତ୍କୃଷ୍ଟ ଚାଷ ହେବା ସଙ୍ଗେ ସଙ୍ଗେ ଫଳ, ଛତୁ, ଆଳଙ୍କାରିକ ଫୁଲର ମଧ୍ୟ ଉତ୍ତମ ଚାଷ ସମ୍ଭବ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, କନ୍ଧମାଳ ପ୍ରସନ୍ନ କୁମାର ସାହୁ, ଉଦ୍ୟାନ ଉପ ନିର୍ଦ୍ଦେଶକ, କନ୍ଧମାଳ ଶାନ୍ତନୁ କୁମାର ନାୟକ ପ୍ରମୁଖ ଯୋଗଦେଇ ଚାଷୀଭାଇ ମାନେ କିପରି ଓ କୋଉ ଚାଷ କଲେ ଅଧିକ ଲାଭାନ୍ନିତ ହୋଇପାରିବେ ସେ ନେଇ ଆଲୋଚନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳର କିଛି ଚାଷୀ ଯୋଗଦେଇ ଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳ ବାବଦରେ ବୈଜ୍ଞାନିକମାନଙ୍କଠୁ ବୁଝିଥିଲେ। ଶେଷରେ ବୈଜ୍ଞାନିକ ଡ.ସୁଜିତ କୁମାର ମୁଖି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories