www.samajalive.in
Thursday, December 11, 2025
23.1 C
Bhubaneswar

ଫିଜିଓଥ୍ରୋପି ସେଣ୍ଟରରୁ ନାବାଳିକା ଅପହରଣ

ଅନୁଗୋଳ :  ଅମଲାପଡାରେ ଥିବା ଏକ ଆୟୁରବେଦ ଚିକିତ୍ସା କେନ୍ଦ୍ର ଫିଜିଓଥ୍ରୋପି ସେଣ୍ଟରକୁ ଆସିଥିବାବେଳେ ଅନୁଗୋଳ ସହରର ଜଣେ ୧୬ ବର୍ଷୀୟା ନାବାଳିକାକୁ ଅପହରଣ କରାଯାଇଥିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ମା ଅନୁଗୋଳ ଥାନାରେ ଦେଇଥିବା ଅଭିଯୋଗ ମୁତାବକ ତାଙ୍କ ଘର ଜରପଡା ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ଆଜକୁ ପ୍ରାୟ ୫ ବର୍ଷ ହେବ ଅନୁଗୋଳ ସହରର ସୌଭାଗ୍ୟ ନଗର ଅଞ୍ଚଳରେ ଘର ଭଡା ନେଇ ରହୁଛନ୍ତି। ଅମଲାପଡାର ଏହି ସେଣ୍ଟର କୁ ତାଙ୍କ ଝିଅ ଟ୍ରେନିଙ୍ଗ ନେବାପାଇଁ ଯାଉଥିଲା। ଆଜି ତାଙ୍କ ଝିଅ ସେଣ୍ଟର କୁ ନଯାଇଥିବାର ଖବର ଫୋନ ଯୋଗେ ଦିନ ପ୍ରାୟ ୨ଟା ୫୩ ମିନିଟ ସମୟରେ ସେଣ୍ଟର ଇନ ଚାର୍ଜ ଜଣାଇଥିଲେ ।

ଏହାପରେ ଅନୁସନ୍ଧାନ ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାବାଳିକା ଝିଅ କୁ ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରା ଗ୍ରାମର ଅଜିତ ସେଠି ନାମକ ଜଣେ ଯୁବକ ଅପହରଣ କରି ନେଇ ଯାଇଛି | ଏହାପରେ ମହିଳା ଜଣକ ଆଜି ରାତିରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ନାବାଳିକା କୁ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories