ଏସସିବିରେ ପ୍ରଥମଥର ପାଇଁ ହେବ ହୃତପିଣ୍ଡ ପ୍ରତିରୋପଣ
ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଉନ୍ନତ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ, କଟକରେ ହୃତପିଣ୍ଡ ପ୍ରତିରୋପଣ ପାଇଁ ପ୍ରଥମ ରୋଗୀଙ୍କ ସ୍କ୍ରିନିଂ ପ୍ରକ୍ରିୟା ଚାଲୁଅଛି। ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଆଜି ଏସ.ସି.ବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନରେ ଯାଇ ହୃତପିଣ୍ଡ ପ୍ରତିରୋପଣ ହେବାକୁ ଥିବା ପ୍ରଥମ ରୋଗୀଙ୍କ ସହ ସାକ୍ଷାତ କରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଚିକିତ୍ସକମାନଙ୍କ ସହ ଏ ସମ୍ପର୍କରେ ବିଷଦ ଆଲୋଚନା କରିଛନ୍ତି। ଏହା ସହ ହୃତପିଣ୍ଡ ପ୍ରତିରୋପଣର ସଫଳତା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
Comments are closed.