ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ତାଲିମ ସେବା ଶିବିର ଅନୁଷ୍ଠିତ 

ପାଟଣା : କେନ୍ଦୁଝର ଜିଲା ସାହାରପଡା ବ୍ଲକ ଅର୍ନ୍ତଗତ କପୁଣ୍ଡି ଗ୍ରାମପଞ୍ଚାୟତର ରାଜୀବଗାନ୍ଧୀ ସଭାଗୃହ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ତାଲିମ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉଦୟନାଥ ସାହୁଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ବିଷୟରେ ଆଲୋଚନା କରାଯାଇଥିଲା। କେଉଁମାନେ ଏହି ଯୋଜନାର ଲାଭ ଉଠାଇବା ସହିତ କିଭଳି ଆବେଦନ କରିବେ ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ଯେଉଁମାନେ ଅସହାୟ, ବାସହୀନ, ଭିନ୍ନକ୍ଷମ, ବିଧବା, କଚା ଘର ହୋଇଥିବ ଏଥିସହିତ ମାସିକ ୧୫ ହଜାରରୁ ଆୟ କମ ରହିଥିବ ତଥା ଯୋଗ୍ୟ ହିତାଧିକାରୀ ଯେଭଳି ଏହି ଯୋଜନାର ସୁଫଳ ପାଇପାରିବ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା ।

prayash

କିଭଳି ଅନଲାଇନ ମାଧ୍ୟମରେ ଆବେଦନ କରାଯିବ ଓ କେଉଁ କାଗଜପତ୍ର ସବୁ ଆବଶ୍ୟକ ଯଥା ଆଧାର କାର୍ଡ , ଜବ କାର୍ଡ, ଫଟୋ, ବ୍ୟାଙ୍କ୍ ପାସବୁକ୍ , କିମ୍ବା ସରକାରଙ୍କ ଦ୍ଵାରା ଉପଲବ୍ଧ ହେବାକୁ ଥିବା ସ୍ଵତନ୍ତ୍ର ଆପ ମାଧ୍ୟମରେ କିଭଳି ଆବେଦନ କରିପାରିବେ, ସେ ବିଷୟରେ ଆଲୋଚନା କରାଯାଇଥିବାବେଳେ କେତେ ସହାୟତା ମିଳିବ, ପ୍ରୋତ୍ସାହନ କେତେ ମିଳିବ ଓ କିଭଳି ଏହାର ଚୟନ କରାଯିବ ତମାମ ବିଷୟରେ ଉପସ୍ଥିତ ଲୋକ ମାନଙ୍କ ଦ୍ଵାରା ପ୍ରଶ୍ନ ଉତ୍ତର ଦ୍ଵାରା ଆଲୋଚନା କରାଯାଇଥିଲା। ତେବେ ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ପୂର୍ବ ଅପେକ୍ଷା ନିୟମକୁ ଟିକେ ପରିବର୍ତ୍ତନ କରାଯିବା ସହ ନୂତନ ନିୟମ ଯଥା ମାସିକ ଆୟକୁ ୧୦ ହଜାରରୁ ୧୫ ହଜାର ସହ ନିଜର ମୋଟରସାଇକେଲ କିମ୍ବା ଫ୍ରିଜ୍, ଟେଲିଫୋନ୍ ମଧ୍ୟ ଥିଲେ ଆବେଦନ କରିହେବ ଓ ନିଜେ ସିଧାସଳଖ ଆବେଦନ କରିପାରିବେ ଏଭଳି କିଛି ନିୟମ କୋହଳ ହୋଇଥିବା ଜଣାପଡିଛି । ତେବେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅନିତା କୁସୁମୁଳିଆ , ସମିତିସଭ୍ୟ ବିଜୟ କୁମାର ପଇଦା ,ଏ ଡି ଓ ଶ୍ରମିଷ୍ଠ। ପ୍ରଧାନ, ଗକୁଳ ଚନ୍ଦ୍ର ସାହୁ, ରମାକାନ୍ତ ମହାନ୍ତ ଏବଂ ସମସ୍ତ ୱାର୍ଡ ମେମ୍ବର ଆଶା ଦିଦି ,ଅଙ୍ଗନବାଡ଼ି କର୍ମଚାରୀଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

kalyan agarbati

Comments are closed.