ବିଜେଡି ଛାଡିଲେ ବଡମ୍ବା ବ୍ଲକ ଅଧ୍ୟକ୍ଷ

ଭୁବନେଶ୍ଵର: ବିଜୁ ଜନତା ଦଳକୁ ଆଉ ଏକ ବଡ ଝଟକା ଲାଗିଛି। କିଛି ଦିନ ହେବ ଅନେକ ନେତା ବିଜେଡି ଛାଡୁଛନ୍ତି। ଆଜି ପୁଣି ବିଜେଡି ଦଳର ଜଣେ ଟାଣୁଆ ନେତା ଦଳ ଛାଡିଛନ୍ତି। ଆଜି ଦଳରୁ ଇସ୍ତଫା ଦେଇଛନ୍ତି ବଡମ୍ବା ବ୍ଲକ ଅଧ୍ୟକ୍ଷ  ରଘୁପତି ମହାନ୍ତି। ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ନେଇ ସେ ଦଳର ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ବର୍ତ୍ତମାନ ସେ ଏବେ କେଉଁ ଦଳକୁ ଯିବେ , ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଇସ୍ତଫା ଦେବା ସମୟରେ ସେ କହିଛନ୍ତି ଯେ ଲୋକଙ୍କ ସେବା କରିବି ଏବଂ ଅଞ୍ଚଳର ବିକାଶ ପାଇଁ ଚେଷ୍ଟା ଜାରି ରଖିବି।

kalyan agarbati

Comments are closed.