www.samajalive.in
Monday, December 8, 2025
24.1 C
Bhubaneswar

ଘଣ୍ଟା କହିବ ମୃତ୍ୟୁର ଦିନ: କେଉଁଠି ମିଳୁଛି, କେମିତି କରିବେ ବ୍ୟବହାର

ନୂଆଦିଲ୍ଲୀ: ଆମେ ସମସ୍ତେ ଜନ୍ମ ହୋଇଛୁ ମାନେ ମୃତ୍ୟୁ ସୁନିଶ୍ଚିତ। କେତେବେଳେ କାହାର ମୃତ୍ୟୁ ଘଟିବ, ତାହା କେହି କହିପାରିବେ ନାହିଁ। ଆମେ ସମସ୍ତେ ଜାଣିଛୁ , ଭଗବାନଙ୍କ ହାତରେ ଜନ୍ମ ମୃତ୍ୟୁର ତାଲିକା ରହିଛି। ତଥାପି ବେଳେ ବେଳେ ଅନେକ ଅସମାହିତ ପ୍ରଶ୍ନ ଆମ ମନକୁ ଆସେ। ବେଳେ ବେଳେ ଆମେ ଚିନ୍ତା କରୁ, ଆମର ମୃତ୍ୟୁ କେବେ ହେବ ? ବର୍ଷ ବର୍ଷ ଧରି ମଣିଷ ମନରେ ଚାଲିଥିବା ଏହି ଅସମାହିତ ପ୍ରଶ୍ନର ଉତ୍ତର ଖୋଜିପାଇଛନ୍ତି ବୈଜ୍ଞାନିକ। ଏଆଇ ଅର୍ଥାତ କୁତ୍ରିମ ବୁଦ୍ଧିମତା ସଂଚାଳିତ ଏକ ଆପ୍‌ ଆସିଛି ଯିଏ ଆପଣଙ୍କୁ କହିପାରିବ ଆପଣଙ୍କ ମୃତ୍ୟୁର ସମୟ। ଆସନ୍ତୁ ଜାଣିବା ମୃତ୍ୟୁର ଦିନ କହିପାରୁଥିବା ଏହି ଘଣ୍ଟା ସମ୍ପର୍କରେ। କାର୍ଲିଫର୍ଣ୍ଣିଆର ବୈଜ୍ଞାନିକ ବ୍ରେଣ୍ଟ ଫ୍ରାନସନ ଦୁନିଆର ପ୍ରଥମ ଏଆଇ ମୃତ୍ୟୁ ଘଣ୍ଟା ବା ଡେଥ୍ କ୍ଲକ୍ ତିଆରି କରିଛନ୍ତି । ଏହି ଆପ୍‌ ୟୁଜରଙ୍କୁ ମୃତ୍ୟୁର ଦିନ କହିବ। ଜାଣିବା ଏହା କିପରି ବ୍ୟବହାର ହୋଇଥାଏ। ଏହି ଘଣ୍ଟା ପ୍ରଥମେ ୟୁଜର୍ସଙ୍କଠାରୁ ଅନେକ ଡାଟା ସଂଗ୍ରହ କରିଥାଏ। ସ୍ବାସ୍ଥ୍ୟ ସମ୍ବଦ୍ଧୀୟ ଡାଟାକୁ ଆଧାର ଆକଳନ କରେ ମୃତ୍ୟୁର ଦିନ ଓ ସମୟ । ଯେମିତିକି ବୟସ କେତେ, ହାଇଟ ଓ ଓଜନ କେତେ, କଣ ଖାଉଛନ୍ତି କଣ ପିଉଛନ୍ତି,  କେତେବେଳେ ଶୁଅନ୍ତି,କେତେ ଘଣ୍ଟା ପାଇଁ ଶୁଅନ୍ତି ଏକ୍ସରସାଇଜ କରନ୍ତି କି ନାହିଁ ,ସିଗାରେଟ କି ମଦ ଅଭ୍ୟାସ ଅଛି କି  ଏସବୁ ଜାଣିବା ପରେ ଡେଥ କ୍ଲକ କହିପାରିବ ଆପଣ ଆଉ କେତେ ଦିନ ବଞ୍ଚିବେ। ସଂକ୍ଷେପରେ କହିବାକୁ ଗଲେ ସ୍ବାସ୍ଥ୍ୟ ଡାଟା ଉପରେ ଏହା ଆଧାରିତ।

 

- Advertisement -

 

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories