ନୂଆଦିଲ୍ଲୀ : ଜର୍ମାନୀରେ ଏପରି ଏକ ଖ୍ରୀଷ୍ଟମାସ ଟ୍ରି ତିଆରି କରାଯାଇଛି, ଯାହା ଦୁନିଆର ସବୁଠାରୁ ମହଙ୍ଗା ଖ୍ରୀଷ୍ଟମାସ ଟ୍ରି ମଧ୍ୟରୁ ଗୋଟିଏ । ଏହାର ଦାମ୍ ପ୍ରାୟ ୫.୨ ମିଲିୟନ ୟୁରୋ (ପ୍ରାୟ ୪୬ କୋଟି ଟଙ୍କା) । ଏହି ଟ୍ରି ଜଣେ ସୁନା ବ୍ୟବସାୟୀ ଡିଜାଇନ୍ କରିଛନ୍ତି । ୬୦ କିଲୋଗ୍ରାମ୍ରୁ ଅଧିକ ଓଜନ ଥିବା ଏହି ଟ୍ରିରେ ପାରମ୍ପରିକ ଟ୍ରିରେ ଦେଖାଯାଉଥିବା ତାରା ଆଦି ସ୍ଥାନରେ ଗୋଟିଏ ୨୪ କ୍ୟାରେଟ୍ ସୁନାର ଟଙ୍କା ଲଗାଯାଇଛି ।
୩୦ ବର୍ଷ ପରେ.. ୨୦୨୫ ଜାନୁଆରୀରେ ଏକାଠି ହେବେ ଶନି-ବୁଧ: ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ବିବାହ..
ଏହି ସୁବର୍ଣ୍ଣ ମାଷ୍ଟରପିସ୍ ୨,୦୨୪ ସୁନା (Vienna Philharmonic coins) ବ୍ୟବହାର କରି ନିର୍ମିତ ହୋଇଛି, ଯାହା ପୃଥିବୀର ସର୍ବାଧିକ ବିକ୍ରୟ କଲେକ୍ଟର ମୁଦ୍ରା ଭାବରେ ପରିଗଣିତ । ପ୍ରୋ ଅରମ୍ (Pro Aurum)ର ପ୍ରତିନିଧୀ ବେଞ୍ଜାମିନ୍ ସୁମା ସ୍ପଷ୍ଟ କରିଛନ୍ତି ଯେ ସୁନା ଖ୍ରୀଷ୍ଟମାସ ଗଛ ସୁନା ପରି ମୂଲ୍ୟବାନ ଧାତୁ କେତେ ମୂଲ୍ୟବାନ ତାହାର ଏକ ଉତ୍ତମ ଉଦାହରଣ।
ଦେଖନ୍ତୁ ଭିଡିଓ; ରିଲ୍ସ କରୁଥିଲେ ମହିଳା, ରାଜରାସ୍ତାକୁ ଦୌଡି ପଳାଇଲା କୁନି ଝିଅ, ଆଉ ତା’ପରେ..
ଏକ ପୋଷ୍ଟ ଅନୁଯାୟୀ, ବେଞ୍ଜାମିନ୍ କହିଛନ୍ତି, “ଏହି ବର୍ଷ କେବଳ ସୁନା ଘରେ(gold house)ଏକ ବିଶେଷ ଖ୍ରୀଷ୍ଟମାସ ଟ୍ରି ପ୍ରଦର୍ଶନ କରିବାକୁ ଚାହୁଁଥିଲୁ। ଇଚ୍ଛା ମୁତାବକ ସବୁ ସମୟରେ ସୁନା ମିଳିପାରିବ ନାହିଁ । ଏହାସହ ପରବର୍ତ୍ତି ପିଢି ଏହାର ମୂଲ୍ୟ ବଜାୟ ରଖିବ। ସୁନା ଖ୍ରୀଷ୍ଟମାସ ଗଛ ମୂଲ୍ୟବାନ ଧାତୁର ଏହି କାଳଜୟୀ ଅର୍ଥକୁ ଏକ ଚିତ୍ତାକର୍ଷକ ଢଙ୍ଗରେ ବର୍ଣ୍ଣନା କରେ। କମ୍ପାନୀର ୩୫ ତମ ବାର୍ଷିକୀ ପାଳନ କରିବା ପାଇଁ ୧୦ ଫୁଟ ଉଚ୍ଚର ସୁନା ଖ୍ରୀଷ୍ଟମାସ ଗଛ ତିଆରି କରାଯାଇଛି।


