www.samajalive.in
Monday, December 8, 2025
13.1 C
Bhubaneswar

୬ରେ ରାୟଗଡ଼ା ରେଳ ଡିଭିଜନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ରାୟଗଡ଼଼ା/ଭୁବନେଶ୍ବର : ରାୟଗଡ଼଼ା ରେଳ ଡିଭିଜନ ପ୍ରତିଷ୍ଠା ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି। ୬ ତାରିଖରେ ରାୟଗଡ଼଼ା ରେଳ ଡିଭିଜନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜାମ୍ମୁ ରେଳ ଡିଭିଜନ ଉଦ୍‌ଘାଟନ ସମୟରେ ସେଠାରୁ ଆଭାସି ମାଧ୍ୟମରେ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ତେଲେଙ୍ଗାନାର ଚାର୍ଲାପଲ୍ଲୀ ନୂତନ ଟର୍ମିନାଲ ଷ୍ଟେସନକୁ ମଧ୍ୟ ଲୋକାର୍ପଣ କରିବେ। ରାୟଗଡ଼଼ା ରେଳ ଡିଭିଜନ ଶିଳାନ୍ୟାସ କାର୍ଯ୍ୟକ୍ରମରେ ନୂତନ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳପଥ ଓ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ରବ୍‌ନୀତ୍‌‌ ସିଂହ ବିଟୁ ପ୍ରମୁଖ ଯୋଗଦେବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଗସ୍ତ ପାଇଁ ଯୁଦ୍ଧକାଳୀନ ଭିତିରେ ସମସ୍ତ ପ୍ରସ୍ତୁତି ରାୟଗଡ଼ା ଜିଲା ପ୍ରଶାସନ ଆରମ୍ଭ କରିଛି। ଗତକାଲି ରାତିରେ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ କରିଥିଲେ। ରାୟଗଡ଼଼ା ରେଳପଥ ପଡ଼ିଆରେ ଏହି ସାଧାରଣ ସଭା କରାଯିବ। ପୂର୍ବତଟ ରେଳପଥ ଅଧୀନରେ ଏହି ରାୟଗଡ଼଼ା ରେଳ ଡିଭିଜନ ପ୍ରତିଷ୍ଠା ହେବ। ରାୟଗଡ଼଼ା ରେଳ ଡିଭିଜନ ପାଇଁ ୧୨୫ ଏକର ଜମି ଚିହ୍ନଟ ହୋଇଛି। ସେଥିରୁ ୧୪ ଏକର ଜମିରେ ଡିଆରଏମ ଅଫିସ ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମାଣ କରାଯିବ। ଗତ ଅଗଷ୍ଟରେ ରାୟଗଡ଼଼ା ରେଳ ଡିଭିଜନ ପାଇଁ ୮୮ କୋଟି ଟଙ୍କାର ୩ଟି ଇ-ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ଡିଆର୍‌ଏମ୍‌ ଅଫିସ କୋଠା, କର୍ମଚାରୀଙ୍କ ପାଇଁ ଘର, ଅନ୍ୟାନ୍ୟ ଆନୁଷଙ୍ଗିକ କୋଠା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଗତ ଜୁଲାଇ ୨୬ ତାରିଖରେ ରାୟଗଡ଼଼ା ରେଳ ଡିଭିଜନ ପାଇଁ ୭୦ କୋଟି ଟଙ୍କା ମଞ୍ଜୁର କରିଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗତ ୨୦୧୯ ମସିହାରେ ରାୟଗଡ଼଼ା ରେଳ ଡିଭିଜନ ହେବା ନେଇ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଘୋଷଣା କରିଥିଲେ। ରେଳ ଡିଭିଜନ କାର୍ଯ୍ୟ ୩ବର୍ଷ ମଧ୍ୟରେ ଶେଷ ହେବ ବୋଲି ମଧ୍ୟ ସେ ଘୋଷଣା କରିଥିଲେ। ସେତେବେଳେ ରେଳ ଡିଭିଜନ ପାଇଁ ୩୮୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଗତ ୨୦୨୦ରେ କେନ୍ଦ୍ର ବଜେଟରେ ଏଥିପାଇଁ ୧୭୦ କୋଟି ଏବଂ ୨୦୨୨ ମସିହାରେ ୩ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରି ନ ଥିଲା। ରାୟଗଡ଼଼ା ରେଳ ଡିଭିଜନ ପ୍ରତିଷ୍ଠାକୁ ଆନ୍ଧ୍ର ସରକାର ବିରୋଧ କରୁଥିବାରୁ କାମ ହୋଇ ପାରୁ ନ ଥିଲା। ଏବେ ଭିତ୍ତିପ୍ରସ୍ତର ସ୍ଥାପନ ପରେ ରେଳ ଡିଭିଜନ କାମ ଆଗେଇବ ବୋଲି ଜିଲାବାସୀ ଆଶାବ୍ୟକ୍ତ କରିଛନ୍ତି। ରେଳ ଡିଭିଜନ ପ୍ରତିଷ୍ଠା ହେଲେ ରାୟଗଡ଼଼ା ଜିଲା ସମେତ କୋରାପୁଟ, ଗଜପତି, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲାବାସୀ ଉପକୃତ ହେବେ ବୋଲି କୁହାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories