୨୪ଜଣଙ୍କୁ ମିଳିଲା ପିପିଏଲ୍ ଓଡ଼ିଆ ୟୁଥ୍ ଲିଡରସିପ୍ ଆୱାର୍ଡ଼

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଡ଼ିଜିଟାଲ ମିଡ଼ିଆ ନେଟୱାର୍କ ପିପିଏଲ୍ ଓଡ଼ିଆ ତରଫରୁ ୟୁଥ୍ ଲିଡ଼ରସିପ୍ ଆୱାର୍ଡ଼ ୨୦୨୪ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋସ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର, ଯୁବ ସମାଜସେବୀ ପ୍ରହଲ୍ଲାଦ ପଲାଇ, ଡାକ୍ତର ସୁଜାତା କର, ବିଶିଷ୍ଟ ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରତିଭା ପଣ୍ଡା, ହାସ୍ୟାଭିନେତା ହରିହର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମାଜପାଇଁ ଅତୁଳନୀୟ ଅବଦାନ ପାଇଁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ, କ୍ରୀଡ଼ା କ୍ଷେତ୍ର ପାଇଁ ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଣିପାଲ ହସପିଟାଲ ଭୁବନେଶ୍ୱରର ଅପରେସନ ହେଡ୍ ରାଜଶ୍ରୀ ଉପାଧ୍ୟାୟ, ଶିକ୍ଷା କ୍ଷେତ୍ରରେ ଯଶୋବନ୍ତ ସିଂଲାଲ୍, ମହିଳା ଉଦ୍ୟୋଗୀ ମୃଣାଲ ମଧୁଛନ୍ଦା, ସିନେମା କ୍ଷେତ୍ର ପାଇଁ ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାଶ ଓ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା, ହାସ୍ୟାଭିନେତା ଟୁକୁନା ଷ୍ଟାଇଲିସ୍, ସାମ୍ବାଦିକତା କ୍ଷେତ୍ର ପାଇଁ ନ୍ୟୁଜ ୭ର ସାମ୍ବାଦିକା ଅନିତା ଦାସ, ଯୁବ ଉଦ୍ୟୋଗୀ ସୌମ୍ୟ ଭୂଷଣ ଶତପଥି ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।

ସେହିପରି ସ୍ୱତନ୍ତ୍ର ବିଭାଗରେ ସୋମେନ୍ ଅଗରବତୀ, କାରପ୍ଳେକ୍ସ, ମଧୁଲିକା ଏଣ୍ଟରପ୍ରାଇଜେସ୍ ଓ ଆଞ୍ଜେଲିନା ଏଣ୍ଟରପ୍ରାଇଜେସକୁ ସମ୍ମାନିତ କରାଯାଇଥିଲା। ପିପିଏଲ୍ ଓଡ଼ିଆ ଆଗାମୀ ଦିନରେ ଯୁବ ପ୍ରତିଭାମାନଙ୍କ ପାଇଁ ଏହିଭଳି କାର୍ଯ୍ୟକ୍ରମ ଜାରି ରଖିବ ବୋଲି ପିପିଏଲ୍ ଓଡ଼ିଆର ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରେରଣା ପ୍ରତୀକ୍ଷା ପରିଚାଳନା କରିଥଲେ।

 

Comments are closed.