www.samajalive.in
Sunday, December 14, 2025
19.1 C
Bhubaneswar

ଭାରତକୁ ୧୮୨ କୋଟିର ଆର୍ଥିକ ସହାୟତା ବନ୍ଦ କଲା ଆମେରିକା

ସମାଜ ଡିଜିଟାଲ ଡେସ୍କ: ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାର ଦେଶର ଆର୍ଥିକ ସ୍ଥିତିକୁ ମଜଭୁତ କରିବା ଲାଗି ଖର୍ଚ୍ଚ କାଟ ଜାରି ରଖିଛି। ଏହି ଅବସରରେ ଆମେରିକା ଭାରତକୁ ଦେବାକୁ ଥିବା ୧୮୨ କୋଟି ଟଙ୍କାର ଆର୍ଥିକ ସହାୟତା ଉପରେ ରୋକ୍ ଲଗାଇଛି। ଏଲନ ମସ୍କଙ୍କ ସରକାରୀ ଦକ୍ଷତା ବିଭାଗ(ଡିଓଜିଇ) ରବିବାର ଘୋଷଣା କରି କହିଛି ଯେ, ଆମେରିକା ଭାରତରେ ମତଦାନ ପ୍ରତିଶତ ବୃଦ୍ଧି କରିବା ଲାଗି ଦେଉଥିବା ୨୧ ନିୟୁତ ଡଲାର କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ସରକାରୀ ଖର୍ଚ୍ଚ କାଟ କରିବା ଲାଗି ଏକ ନୂଆ ବିଭାଗ ସୃଷ୍ଟି କରିଛନ୍ତି। ଏହାର ନାଁ ହେଉଛି ଡିପାର୍ଟମେଣ୍ଟ ଅଫ ଗଭର୍ନମେଣ୍ଟ ଏଫିସିଏନ୍ସି(ଡିଓଜିଇ)। ଏହି ବିଭାଗ ସରକାରଙ୍କ ଖର୍ଚ୍ଚ ହ୍ରାସ କରିବା ଦିଗରେ ପଦକ୍ଷେପ ନେଉଛି। ଟ୍ରମ୍ପ ଟେସଲା ମାଲିକ ଏଲନ ମସ୍କଙ୍କୁ ଏହି ବିଭାଗର ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ମସ୍କ ଅତି ଗମ୍ଭୀରତାର ସହିତ ବିଶ୍ଵବ୍ୟାପୀ ଆମେରିକା ଦେଉଥିବା ସମସ୍ତ ଅନୁଦାନର ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ଏବଂ ସରକାରୀ ନୀତି ଅନୁସାରେ ନିଷ୍ପତ୍ତି ନେଉଛନ୍ତି। ଡିଓଜିଇ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ଜରିଆରେ ଘୋଷଣା କରାଯାଇଛି ଯେ, ଆମେରିକା କରଦାତାଙ୍କ ଅର୍ଥ ଯେଉଁ ସବୁ ଉପାୟରେ ଖର୍ଚ୍ଚ କରାଯିବାର ଥିଲା ତାହାକୁ ରଦ୍ଦ କରିଦିଆଯାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories