www.samajalive.in
Sunday, December 14, 2025
17.1 C
Bhubaneswar

ଗୋଟିଏ ରାତିରେ ତିନୋଟି ସ୍ଥାନରୁ ସିରିଜ୍ ଚୋରି

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଗୋଟିଏ ରାତିରେ ତିନୋଟି ସ୍ଥାନରୁ ସିରିଜ ଚୋରି ହୋଇଛି। ଘଟଣାରୁ ପ୍ରକାଶ ଯେ, ଶନିବାର ବିଳମ୍ବିତ ରାତିରେ ବାଲିଗୁଡା ଟାଉନର ତହସିଲଦାରଙ୍କ କ୍ୱାର୍ଟର୍ସ ସମ୍ମୁଖରେ ଥିବା ଗିରିଜା ମେଡିସିନ ଷ୍ଟୋରର ତାଲା ଭାଙ୍ଗି କୌଣସି ଦୁର୍ବୃତ୍ତ ଦୋକାନରେ ପଶି ନଗଦ ୭/୮ ହଜାର ଟଙ୍କା ଓ କିଛି ଖୁଚୁରା ଟଙ୍କା ଚୋରି କରି ନେଇଥିବାବେଳେ ନୂଆସାହି କଳ୍ପନା ଛକ ନିକଟରେ ଥିବା ବିଶ୍ବମ୍ବର ପାତ୍ରଙ୍କ ହୋଟେଲରୁ କିଛି ଟଙ୍କା ଓ ଜିନିଷ ପତ୍ର ଏବଂ ଅମିତ ଇଲେକ୍ଟ୍ରିକାଲ ଦୋକାନର କାଠ ପଟା ଭାଙ୍ଗି କିଛି ବୈଦ୍ୟୁତିକ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି। ଖବର ପାଇ ବାଲିଗୁଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଚଳାଇଛି। ଖୋଦ୍ ବାଲିଗୁଡା ଟାଉନରେ ଦିନ ହେଉ କିମ୍ବା ରାତି, ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରୁ ନ ଥିବାରୁ ଚୋରି, ରାହାଜାନି ସହ ଛୋଟ ବଡ଼ ଦୁର୍ଘଟଣାମାନ ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories