www.samajalive.in
Sunday, December 14, 2025
17.1 C
Bhubaneswar

୧୨୨ କୋଟି ଠକେଇ, ଏହି ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଲା ଆରବିଆଇ

ସମାଜ ଡିଜିଟାଲ ଡେସ୍କ: ୧୨୨ କୋଟି ଟଙ୍କାର ଠକେଇ ସାମ୍ନାକୁ ଆସିବା ପରେ ନ୍ୟୁ ଇଣ୍ଡିଆ କୋଅପରେଟିଭ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। କୌଣସି ଜମାକାରୀ ଏହି ବ୍ୟାଙ୍କରୁ ଟଙ୍କାଟିଏ ବି ଉଠାଣ କରିପାରିବେ ନାହିଁ ବୋଲି ଆରବିଆଇ ନିର୍ଦେଶ ଜାରି କରିଛନ୍ତି। ଏହା ସହିତ ବ୍ୟାଙ୍କ ଋଣ ବି ଦେଇପାରିବ ନାହିଁ। କେବଳ ଋଣ ପରିଶୋଧ କରିପାରିବ। ଏହି ଖବର ମିଳିବା ପରେ ହଜାର ହଜାର ସଂଖ୍ୟାରେ ଜମାକାରୀ ବ୍ୟାଙ୍କର ବିଭିନ୍ନ ଶାଖାରେ ଭିଡ଼ ଜମାଇଛନ୍ତି।

ବ୍ୟାଙ୍କରୁ ୧୨୨ କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି। ବ୍ୟାଙ୍କର ଜେନେରାଲ ମ୍ୟାନେଜର ହିତେଶ ମେହେଟ୍ଟାଙ୍କ ବିରୋଧରେ ଏତଲା ଦିଆଯାଇଛି। ମୁମ୍ବଇ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି। ବ୍ୟାଙ୍କର କାର୍ଯ୍ୟକାରୀ ସିଇଓ ଦେବର୍ଷି ଘୋଷଙ୍କ ଅଭିଯୋଗ ଉପରେ ହିତେଶଙ୍କ ନାମରେ ମାମଲା ରୁଜୁ ହୋଇଛି। ହିତେଶ ବ୍ୟାଙ୍କର ଜେନେରାଲ ମ୍ୟାନେଜର ସାଙ୍ଗକୁ ଆକାଉଣ୍ଟ ସେକ୍ସନର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ସେ ନିଜ ପଦବୀର ଦୁରୁପୋଯୋଗ କରି ୧୨୨ କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories