ଅପରାହ୍ନ ୪ଟା ମୁଖ୍ୟ ଖବର

ଫେବୃଆରୀ ୧୮ରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା.. ଭୁବନେଶ୍ଵର ବିମାନବନ୍ଦରରୁ ଆରମ୍ଭ ହୋଇ ପୁରୀ ଯାଏ ଯିବ ପଦଯାତ୍ରା.. ୨୦ ତାରିଖ ଯାଏ ଚାଲିବ ଏହି ସଂକଳ୍ପ ପଦଯାତ୍ରା..
ଭାରତକୁ ୧୮୨ କୋଟିର ଆର୍ଥିକ ସହାୟତା ବନ୍ଦ କଲା ଆମେରିକା.. ଏଲନ ମସ୍କଙ୍କ ସରକାରୀ ଦକ୍ଷତା ବିଭାଗ(ଡିଓଜିଇ) ରବିବାର ଘୋଷଣା କରି କହିଛି , ଆମେରିକା ଭାରତରେ ମତଦାନ ପ୍ରତିଶତ ବୃଦ୍ଧି କରିବା ଲାଗି ଦେଉଥିବା ୨୧ ନିୟୁତ ଡଲାର କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି..
ପୋଖରୀରେ ବୁଡ଼ି ଦୁଇ ନାବାଳକ ମୃତ.. ବାସୁଦେବପୁର ଗୁଆଗାଁ ପୋଖରୀରେ ବୁଡ଼ି ନାବାଳକ ଦୁଇ ସାଙ୍ଗଙ୍କ ମୃତ୍ୟୁ ସୂଚନା..
ପୁରୀରେ ଭକ୍ତ ନିବାସ ନାଁରେ ନକଲି ଓ୍ବେବସାଇଟ୍ ଖୋଲି ଠକେଇ ଘଟଣା.. ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ..
୩୩ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ପୋଡ଼ିଗଲେ ଜଳ ସମ୍ପଦ କର୍ମଚାରୀ.. ପିପିଲି ଥାନା ହରିପୁର ନିକଟ ଚିତ୍ତଳପୁରଠାରେ ଘଟିଛି ଅଘଟଣ..
Comments are closed.