ଅପରାହ୍ନ ୪ଟା ମୁଖ୍ୟ ଖବର

ଘଟଗାଁ ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର.. ଖୁବଶୀଘ୍ର କାମ ଆରମ୍ଭ ହେବ.. ଓଡ଼ିଆ ନୂଆ ବର୍ଷରେ ମା’ ତାରିଣୀଙ୍କ ଦର୍ଶନ ବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା..
ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଶିବ ମନ୍ଦିରରେ ଅଭାବନୀୟ ଘଟଣା.. ଠାକୁର ଦର୍ଶନବେଳେ ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଆହତ..
ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ.. ଘରେ ପଶି ହତ୍ୟା କରିବାସହ ଗାଡ଼ିକୁ ବୋମାରେ ଉଡ଼ାଇଦେବାକୁ ଧମକ.. ଓ୍ବର୍ଲି ପରିବହନ ବିଭାଗ ହ୍ୱାଟ୍ସଆପ୍କୁ ଆସିଲା ମେସେଜ୍..
କଟକ ବିଡାନାସୀ ଥାନା ନୂଆ ସାହି ଅଞ୍ଚଳରେ ଅଭାବନୀୟ ଘଟଣା.. ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର..
ପିଏନବି ଘୋଟାଲା.. ବେଲଜିୟମରେ ମେହୁଲ ଚୋକସି ଗିରଫ.. ଖୁବଶୀଘ୍ର ଭାରତ ଆଣିବାକୁ ପ୍ରୟାସ.. ମେହୁଲ ଚୋକସିଙ୍କ ନାମରେ ୧୩ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି..
Comments are closed.