www.samajalive.in
Monday, December 15, 2025
17.1 C
Bhubaneswar

କେତେ ସୁରକ୍ଷିତ ଭୁବନେଶ୍ୱର, ଦୃଷ୍ଟିବାଧିତ ମା’ କୋଳରୁ ୨ ବର୍ଷର ପୁଅ ଅପହୃତ – ଟେର ପାଉନି ପୁଲିସ

ଡେସ୍କ: ୪୮ ଘଣ୍ଟା ବିତିବାକୁ ବସିଲାଣି ହେଲେ ମା’ କୋଳକୁ ଫେରିନି ପୁଅ। ମା’ ପୁଣି ଏମିତି କି ସେମିତି ନୁହେଁ, ସେ ଦୃଷ୍ଟିବାଧିତ। ସେ ମା’ କିନ୍ତୁ ଆଜିଯାଏଁ ଦେଖିନି ତା ପିଲାର ମୁହଁ। ସେ ଏତିକି ଜାଣିଛି ଯେ କେହି ଜଣେ ତା ଠାରୁ ତା ପୁଅକୁ ଛଡାଇ ନେଇଛି।

ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ଯେଉଁଠୁ ରାଜ୍ୟକୁ ଶାସନ କରୁଛନ୍ତି ସରକାର ଏବଂ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଛି ରାଜ୍ୟ ପୁଲିସ ବିଭାଗ। ଏ ସମ୍ପର୍କରେ ଆଜି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅପହୃତ ପିଲାକୁ ଠାବ କରିବା ପାଇଁ କେତେକ ଦଳ ଗଠନ କରାଯାଇଛି ଓ ପୁଲିସ ବିଭାଗର ଟେକ୍ନିକାଲ ଟିମ ମଧ୍ୟ ସହାୟତା କରୁଛନ୍ତି।

- Advertisement -


ସୂଚନା ଅନୁଯାୟୀ, ୨୫ ବର୍ଷ ବୟସ୍କ ଦୃଷ୍ଟିହୀନ ମହିଳା ଜୟନ୍ତୀ ମଲ୍ଲିକ ଭୁବନେଶ୍ୱର ନୀଳାଦ୍ରି ବିହାର କନ୍ୟାଶ୍ରମରେ ରହନ୍ତି। ଗତକାଲି ଅର୍ଥାତ ଏପ୍ରିଲ ୧୩ରେ ଖାରବେଳନଗର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ସେ ୟୁନିଟ୍ ୩ ରାମ ମନ୍ଦିର ସମ୍ମୁଖରେ ଭିକ ମାଗୁଥିଲେ ଏବଂ ପ୍ରତିଦିନ କନ୍ୟାଶ୍ରମକୁ ଫେରୁଥିଲେ। ଖରାପ ପାଗ ଯୋଗୁଁ ଏପ୍ରିଲ ୧୨ ତାରିଖ ରାତିରେ ରାତିରେ ସେ କନ୍ୟାଶ୍ରମକୁ ଯାଇ ପାରିନଥିଲେ। ରାମ ମନ୍ଦିର ସମ୍ମୁଖ ଫୁଟପାଥରେ ସେ ତାଙ୍କ ୬ ବର୍ଷର ଝିଅ ଓ ୨ ବର୍ଷର ପୁଅ ସହ ଶୋଇଥିଲେ। ରାତି ପ୍ରାୟ ୨ଟା ବେଳେ ଜଣେ ଅଜଣା ପୁରୁଷ ତାଙ୍କ ପାଖକୁ ଆସି ତାଙ୍କ ପୁଅକୁ ଜୁସ୍ ଦେଇଥିଲେ। ପରେ ସେହି ବ୍ୟକ୍ତି ଜଣକ ତାଙ୍କ ପୁଅକୁ ଅପହରଣ କରି କେଉଁଆଡ଼େ ପଳାଇ ଯାଇଥିଲେ।

ଡିସିପି କହିଛନ୍ତି, ନିଖୋଜ ଶିଶୁର ଫଟୋ, ଭିଡିଓ, ଘଟଣାର ସ୍ଥାନ ଏବଂ ଅପହରଣ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏକାଧିକ ଟିମ୍ ଗଠନ କରାଯାଇ ନାବାଳକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ପୁଲିସ ବିଭାଗ ପକ୍ଷରୁ ଜାରି ସୂଚନାରେ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖାଯାଇଥିବା କୁହାଯାଇଛି। ତେବେ ଘଟଣା ଘଟିବାର ୨୪ ଘଣ୍ଟା ବିତିସାରିଥିବା ବେଳେ ପୁଲିସକୁ ସେଭଳି ଆଖିଦୃଶିଆ ଫଳ ମିଳିପାରିନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories