www.samajalive.in
Tuesday, December 9, 2025
16.1 C
Bhubaneswar

ଗଡେଶ୍ବର ହାଟ ବଣିକ ସଂଘର ନୂତନ କମିଟି ଗଠନ

ଭୂବନେଶ୍ବର: ଗଡେଶ୍ବର ହାଟ ବଣିକ ସଂଘ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ପୂର୍ବବର୍ଷ ପରି ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ନୂତନ କମିଟି ଗଠନ କରାଯାଇଛି। ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଲକ୍ଷଣ କୁମାର ସାହୁ ନିର୍ବାଚିତ ହୋଇଥିବା ବେଳେ ନୂତନ ଭାବେ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ସହ ସମ୍ପାଦକ ଭାବେ ପ୍ରମୋଦ କୁମାର ସାହୁ ଓ ଦିପକ କୁମାର ସାହୁ, କୋଷାଧକ୍ଷ ଭାବେ ରଞ୍ଜନ କୁମାର ଗଡନାୟକ ଓ ଗୋଲେଖ କୁମାର ଦଳାଇଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ସହ ୨୭ ଜଣ କର୍ମକର୍ତ୍ତା ମଧ୍ୟ ସହ ସହଯୋଗୀ ଭାବେ କାର୍ଯ୍ୟ କରିବେ। ହାଟର ପ୍ରମୁଖ ସମସ୍ୟା ଉପରେ ଦୃଷ୍ଟି ଦେବା ସହ ଆଗାମୀ ଦିନରେ ହାଟର ସର୍ବାଙ୍ଗିନ ଉନ୍ନତି ନିମନ୍ତେ କାର୍ଯ୍ୟ ଜାରି ରହିବ ବୋଲି ସଭାପତି ଲକ୍ଷ୍ମଣ ସାହୁ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories