www.samajalive.in
Saturday, December 6, 2025
26.1 C
Bhubaneswar

ପୁରୀରେ ଆୟୋଜିତ ହେଲା ବିଜନେସ୍ ମନ୍ତ୍ର

ପୁରୀ: ପୁରୀରେ କ୍ଷୁଦ୍ର ବ୍ୟବସାୟୀମାନଙ୍କ ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ପ୍ରଥମ ଥର ପାଇଁ ପୁରୀର ଟାଉନ୍ ହଲ୍ ଠାରେ  ଆୟୋଜିତ ହୋଇଛି ‘ବିଜନେସ୍ ମନ୍ତ୍ର’ । ସମସ୍ତ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ମାନଙ୍କୁ ବ୍ୟବସାୟ କ୍ଷେତ୍ରରେ ସଫଳତା ର ମନ୍ତ୍ର ଦେବା ପାଇଁ ଶ୍ରୀକ୍ଷେତ୍ରରେ ନୂଆ ଭିତ୍ତପ୍ରସ୍ତର ସ୍ଥାପନ କରିବାକୁ ଆଗେଇ ଆସିଛନ୍ତି ଶ୍ରୀକ୍ଷେତ୍ର ର ସୁନା ଝିଅ ତଥା ମେକଅପ୍ ଏବଂ ବିୟୁଟି ପ୍ରଶିକ୍ଷିକା ମାମୁନ୍ ଦାଶ । ପୁରୀରେ କ୍ଷୁଦ୍ର ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ମାମୁନ ଦାଶଙ୍କ ସହିତ ସହିତ ରାଜ୍ୟର ଅନେକ ଅଭିଜ୍ଞ ସଫଳ ଉଦ୍ୟୋଗୀ, କର୍ପୋରେଟ ରାଜନୀତିଜ୍ଞ, ପ୍ରଶିକ୍ଷକ ଓ ବ୍ୟବସାୟିକ ନେତୃତ୍ବ ନେଉଥିବା ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ବିଜନେସ୍ କୋଚ୍ ଶ୍ରୀଯୁକ୍ତ ଅମିତ ସରାଫ, ମାର୍କେଟିଂ ଏକ୍ସପର୍ଟ ପୂଜାରିଣୀ ବେହୁରିଆ, ବିଜନେସ୍ ପ୍ରଶିକ୍ଷକ ତଥା କର୍ପୋରେଟ ରଣନୀତିକାର ଡାଃ ଆଦର୍ଶ ରଥ | ଆଧୁନିକ ଜ୍ଞାନ କୌଶଳକୁ ଆଧାର କରି ବ୍ୟବସାୟ କ୍ଷେତ୍ରରେ କ୍ଷୁଦ୍ର ବ୍ୟବସାୟୀ ମାନେ କିପରି ଅଧିକ ସସକ୍ତ ହୋଇପାରିବେ, ଏହି ସମ୍ପର୍କିତ ଟିପ୍ସ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ କ୍ଷୁଦ୍ର ବ୍ୟବସାୟୀ ଓ ସେମାନଙ୍କ କର୍ମଚାରୀ ମାନେ ଯୋଗ ଦେଇଥିଲେ । ସମସ୍ତ ଉଦ୍ୟୋଗୀ ଙ୍କ ଆର୍ଥିକ ଓ ବ୍ୟବସାୟିକ ଅଭିବୃଦ୍ଧି ହେବା ସହିତ ବ୍ୟବସାୟ କ୍ଷେତ୍ରରେ ପୁରୀକୁ ସ୍ଵତନ୍ତ୍ର ପରିଚୟ ଦେବା ପାଇଁ ମାମୁନ୍ ଦାଶ ଙ୍କର ଏହି ନିଆରା ପଦକ୍ଷେପ ପାଇଁ ସାଧାରଣରେ ତାଙ୍କୁ ଅନେକ ପ୍ରଶଂସା କରାଯାଇଛି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories