www.samajalive.in
Monday, December 8, 2025
13.1 C
Bhubaneswar

ମହାକୁମ୍ଭରେ ଜଳିଗଲା ୧୮ ତମ୍ବୁ

ପ୍ରୟାଗରାଜ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ରବିବାର ଅଘଟଣ ଘଟିଛି। ୧୯ ନମ୍ବର ସେକ୍ଟରସ୍ଥିତ ଗୋଟିଏ ତମ୍ବୁରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବାରୁ ନିଆଁ ଲାଗିଥିଲା। ଆଖି ପିଛୁଳାକେ ଏହି ନିଆଁ ପାର୍ଶ୍ବବର୍ତ୍ତୀ ତମ୍ବୁଗୁଡିକୁ ବ୍ୟାପିଥିଲା। ଏଥିଯୋଗୁଁ ପ୍ରାୟ ୧୮ଟି ତମ୍ଭୁ ପୋଡି ପାଉଁଶ ହୋଇଯାଇଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। କୁମ୍ଭସ୍ଥଳରେ ମୁତୟନ ଏକାଧିକ ଦମକଳ ଅବିଳମ୍ବେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ପୁଲିସ ଓ ଦମକଳ ବାହିନୀକୁ ସହାୟତା କରିବାକୁ ଏନଡିଆରଏଫ୍‌ ଟିମ୍‌ ମଧ୍ୟ ସେଠାରେ ପହଞ୍ଚିଥିଲା। ପାଖାପାଖି ତମ୍ବୁଗୁଡିକରୁ ଶ୍ରଦ୍ଧାଳୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି ବୋଲି ପ୍ରୟାଗରାଜ ଜୋନ୍‌ ପୁଲିସ ଏଡିଜି ଭାନୁ ଭାସ୍କର ସୂଚନା ଦେଇଛନ୍ତି। ଏପରିକି ଅଗ୍ନିକାଣ୍ଡ ସମୟରେ ପ୍ରୟାଗରାଜ ନିକଟସ୍ଥ ଗଙ୍ଗା ନଦୀ ପୋଲ ଦେଇ ଅତିକ୍ରମ କରୁଥିବା କେତେକ ଟ୍ରେନ୍‌ର ଯାତ୍ରୀ ଏହି ଘଟଣାର ଭିଡିଓ ଚିତ୍ର ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ତଦାରଖ କରିଛନ୍ତି। ଏହା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ମହାକୁମ୍ଭ ଆୟୋଜକ କମିଟିର ‘ଏକ୍ସ’ ପୋଷ୍ଟ୍‌ରେ କୁହାଯାଇଛି। ଏହି ଘଟଣାରେ ମହାକୁମ୍ଭକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଆତଙ୍କିତ କରିଦେଇଛି। ତେବେ ମହାକୁମ୍ଭକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ସୁରକ୍ଷା ନିମନ୍ତେ ଆମେ ମା’ ଗଙ୍ଗାଙ୍କୁ ପ୍ରାର୍ଥନା କରୁଛୁ ବୋଲି ଆୟୋଜକ କମିଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜାନୁଆରୀ ୧୩ରୁ ମହାକୁମ୍ଭ ଆରମ୍ଭ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ୭.୭ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ସାରିଲେଣି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories